ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ରାଇରଙ୍ଗପୁର ବିଜେପି ତରଫରୁ ଜଗନ୍ନାଥ ମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ରାଇରଙ୍ଗପୁର ବିଜେପି ତରଫରୁ ଜଗନ୍ନାଥ ମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ

ରାଇରଙ୍ଗପୁର – ୧୭/୦୯ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ ତମ ଜନ୍ମ ଦିବସ ଅବସରରେ ଵିଜେପି ତରଫରୁ ତାଙ୍କର ଉତ୍ତମ ସ୍ଵାସ୍ଥ୍ୟ, ଦୀର୍ଘାୟୁ, ଏବଂ ଜଗନ୍ନାଥ ମହାପ୍ରଭୁ ତାଙ୍କୁ ଅନେକ ଶକ୍ତି ଦିଅନ୍ତୁ ଯେଭଳି ଦେଶ ସେବାରେ ଅଧିକରୁ ଅଧିକ ସେବା କରିବେ ତାହାକୁ ନେଇ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ବିଜେପି ଦଳ ତରଫରୁ ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା ।ଏଥିରେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନବୀନ ରାମ ,ଟାଉନ ସଭାପତି ସୁନିଲ ମହାନ୍ତ,ବିଜେପି ଆଇଟି ସେଲ ଶଶାଙ୍କ କୁମାର,ଯୁବମୋର୍ଚ୍ଚା ସଭାପତି ହ୍ରିତିକ ପଟନାୟକ,ଲଳିତ କାନ୍ଧଓ୍ଵେ,ଦଳିତ ସେଲ କିଶୋର‌ରଜକ,ଗୌରଵ ଅଗ୍ରଓ୍ବାଲ,ରାଣି‌ ମଣ୍ଡଳ,ମଞ୍ଜୁଲତା ଗିରି,ରଞ୍ଜିତା ମହାନ୍ତ‌ସମେତ ବିଜେପିର ଯୁବମୋର୍ଚା, ମହିଳା ମୋର୍ଚାର ର ବହୁ ସଦସ୍ୟ ସଦସ୍ୟା ସାମିଲ ହୋଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ଵାଳ

Related posts

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଜନ୍ମ ଦିନ ଉପଲକ୍ଷେ ଦିବସ ବ୍ୟାପୀ କାର୍ଯ୍ୟକ୍ରମ

ରାଉରକେଲାରେ କେନ୍ଦ୍ର ଇସ୍ପାତ ଯୁଗ୍ମ ସଚିବ ଆରଏସପି ସଂପ୍ରସାରଣକୁ ନେଇ ଉଚ୍ଚସ୍ତରୀୟ ବୈଠକ 

Sunil Chandra Nayak

ପ୍ରଥମ ଥର ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ମୃତ ଶିକ୍ଷକଙ୍କ ପତ୍ନୀଙ୍କୁ ଗ୍ରାଚ୍ୟୁଇଟି ଏବଂ ଫ୍ୟାମିଲି ପେନସନ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!