ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଦେଇ ଗଡ଼ିବ ରେଳ! ଜୁନାଗଡ଼–ନବରଙ୍ଗପୁର ରେଳପଥ ପାଇଁ ୭୬୮.୭୪ ଏକର ଜମି ଅଧିଗ୍ରହଣ; ସହର ନିକଟରେ ଷ୍ଟେସନ୍ ହେବ, ବିଧାୟକ ଙ୍କ ଉଦ୍ୟମ କୁ ସାଧୁବାଦ୍…. 

ଧର୍ମଗଡ଼ ଦେଇ ଗଡ଼ିବ ରେଳ!

ଜୁନାଗଡ଼–ନବରଙ୍ଗପୁର ରେଳପଥ ପାଇଁ ୭୬୮.୭୪ ଏକର ଜମି ଅଧିଗ୍ରହଣ; ସହର ନିକଟରେ ଷ୍ଟେସନ୍ ହେବ, ବିଧାୟକ ଙ୍କ ଉଦ୍ୟମ କୁ ସାଧୁବାଦ୍…. 

ଧର୍ମଗଡ଼,: ଧର୍ମଗଡ଼ବାସୀଙ୍କ ଦୀର୍ଘଦିନର ରେଳ ସଂଯୋଗ ଦାବି ଏବେ ସାକାର ହେବା ଆଶା ଦୃଢ଼ ହୋଇଛି। ପ୍ରସ୍ତାବିତ ଜୁନାଗଡ଼–ନବରଙ୍ଗପୁର ନୂତନ ବିଜି ଲାଇନ୍ ଜୁନାଗଡ଼ରୁ ଧର୍ମଗଡ଼ ଦେଇ ନବରଙ୍ଗପୁରକୁ ସଂଯୋଗ କରିବ। ପ୍ରାୟ ୧୧୬.୨୧ କିମି ଦୈର୍ଘ୍ୟର ଏହି ପ୍ରକଳ୍ପ ପାଇଁ ଜୁନାଗଡ଼, ଧର୍ମଗଡ଼ ଓ କୋକସରା ତହସିଲର ୩୩ଟି ଗ୍ରାମରୁ ୭୬୮.୭୪ ଏକର ଜମି ଅଧିଗ୍ରହଣ କରାଯିବ।

ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସହ ଧର୍ମଗଡ଼ ସହର ନିକଟରେ ରେଳ ଷ୍ଟେସନ୍ ସ୍ଥାପନ ପାଇଁ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ରେଳ ମନ୍ତ୍ରାଳୟ ଓ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଧର୍ମଗଡ଼ର ରେଳ ସଂଯୋଗ ପାଇଁ ବିଧାୟକଙ୍କ ଏହି ଉଦ୍ୟମକୁ ନେଇ ଅଞ୍ଚଳବାସୀ ଆଶାବାଦୀ।

ରେଳ ସଂଯୋଗ ହେଲେ ଧର୍ମଗଡ଼ ସମେତ ଆଖପାଖ ଅଞ୍ଚଳର ଯାତାୟାତ, ବ୍ୟବସାୟ ଓ କୃଷିଜାତ ସାମଗ୍ରୀ ପରିବହନରେ ଉନ୍ନତି ଆସିବା ସହ ଅଞ୍ଚଳର ବିକାଶକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି। ଜମି ଅଧିଗ୍ରହଣ ପ୍ରକ୍ରିୟା ଆଗକୁ ବଢ଼ିବାକୁ ନେଇ ଧର୍ମଗଡ଼ରେ ଖୁସିର ମାହୋଲ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅହୋରାତ୍ର ଧାରଣାକୁ ଦୁଇବର୍ଷ ; ଗାଁରେ ପହଞ୍ଚିଲା ପ୍ରଶାସନ 

ବୌଦ୍ଧ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ NPS ର ନବବର୍ଷ 2023 ଅଭିନନ୍ଦନ ଓ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ମୃତ ଅଙ୍ଗନବାଡିଙ୍କ ଭଉଣୀଙ୍କୁ ନିଯୁକ୍ତି ଦାବିରେ ହିର୍ଲି ଅଙ୍ଗନବାଡି କେନ୍ଦ୍ରରେ ତାଲା

masiha

Leave a Comment

error: Content is protected !!