ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୌନ ଉତ୍ପୀଡ଼ନ ଅଭିଯୋଗ ପ୍ରସଙ୍ଗରେ କଳାହାଣ୍ଡି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ

ଯୌନ ଉତ୍ପୀଡ଼ନ ଅଭିଯୋଗ ପ୍ରସଙ୍ଗରେ କଳାହାଣ୍ଡି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ

ଦିଲ୍ଲୀରେ ପ୍ରତିବାଦ ସଭାରେ ଯୋଗଦେଇ ରାହୁଲ ଗାନ୍ଧୀଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲେ କଳାହାଣ୍ଡି ସାଂସଦ ମାଳବିକା ଦେବୀ

କଳାହାଣ୍ଡି: ଭାରତୀୟ ଜନତା ପାର୍ଟି, କଳାହାଣ୍ଡି ଜିଲ୍ଲା ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ କାଞ୍ଚନ ବେମାଲଙ୍କ ନେତୃତ୍ୱରେ ଆଜି କଂଗ୍ରେସ ସାଂସଦ ତଥା JNUର ପୂର୍ବତନ ପ୍ରଫେସର ଅଙ୍ଗୋମଚା ବିମୋଲ ଆକୋଇଜମଙ୍କ ବିରୋଧରେ ଉଠିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ କଳାହାଣ୍ଡି ଜିଲ୍ଲାରେ ତୀବ୍ର ପ୍ରତିବାଦ କରାଯାଇଥିଲା।

ଏହି ପ୍ରତିବାଦ ମାଧ୍ୟମରେ ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ନ୍ୟାୟ ପ୍ରତି ଦୃଢ଼ ସମର୍ଥନ ପ୍ରକାଶ କରାଯାଇଥିଲା। ଏଥିସହ ଏହି ପ୍ରସଙ୍ଗରେ କଂଗ୍ରେସ ନେତୃତ୍ୱର ଆଭିମୁଖ୍ୟକୁ ନେଇ ମହିଳା ମୋର୍ଚ୍ଚା ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲା। ମହିଳାଙ୍କ ସମ୍ମାନ ଓ ସୁରକ୍ଷା ସହ ଜଡ଼ିତ ମାମଲାରେ ନିରପେକ୍ଷ ତଦନ୍ତ ଓ ନ୍ୟାୟ ସୁନିଶ୍ଚିତ କରିବା ଉପରେ ମହିଳା ମୋର୍ଚ୍ଚା ଗୁରୁତ୍ୱାରୋପ କରିଥିଲା।

ଏହି ପ୍ରସଙ୍ଗକୁ ନେଇ ରାଜଧାନୀ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ପ୍ରତିବାଦ ସଭାରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ଯୋଗଦେଇଥିଲେ। ସେଠାରେ ସେ ରାହୁଲ ଗାନ୍ଧୀଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହ ମହିଳାଙ୍କ ସୁରକ୍ଷା ଓ ରାଜନୈତିକ ସଶକ୍ତୀକରଣ ପ୍ରସଙ୍ଗରେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନଙ୍କ ଭୂମିକାକୁ ସମାଲୋଚନା କରିଥିଲେ।ସାଂସଦ ମାଳବିକା ଦେବୀ କହିଥିଲେ ଯେ, ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପ୍ରତି ପ୍ରକୃତ ପ୍ରତିବଦ୍ଧତା ଥିଲେ ମହିଳାଙ୍କ ସଶକ୍ତୀକରଣ ପାଇଁ ଉଦ୍ଦିଷ୍ଟ ଆଇନ ଓ ପଦକ୍ଷେପଗୁଡ଼ିକୁ ସମର୍ଥନ କରିବା ଆବଶ୍ୟକ। ନାରୀଶକ୍ତି ବନ୍ଦନ ଅଧିନିୟମକୁ ନେଇ ବିରୋଧୀ ଦଳମାନଙ୍କ ଆଭିମୁଖ୍ୟ ସମ୍ପର୍କରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭା ନେତ୍ରୀ ଶ୍ରୀମତୀ ସନ୍ତୋଷିନୀ ଦାସ, ଶ୍ରୀମତୀ ନିରୁପମା ସାମଲ, ଶ୍ରୀମତୀ ନିରୁପମା ନାୟକ, ଜିଲ୍ଲା ସମ୍ପାଦିକା ଶ୍ରୀମତୀ ସୋଭାଗିନୀ ପାତ୍ର, ମହିଳା ମୋର୍ଚ୍ଚାର ଜିଲ୍ଲା ପଦାଧିକାରୀ, ଭବାନୀପାଟଣା ନଗର ମହିଳା ମୋର୍ଚ୍ଚାର ପଦାଧିକାରୀ ଏବଂ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମର ସଂଯୋଜନାରେ ଶ୍ରୀମତୀ ଅନିତା ବିଶ୍ୱାଳ ଓ ଜିଲ୍ଲା ସାଧାରଣ ସମ୍ପାଦିକା ଶ୍ରୀମତୀ ସଂଖସିନୀ ପଣ୍ଡା ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାରରେ ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀ ନରହରି ପଟ୍ଟନାୟକ ସହଯୋଗ କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ 

Sunil Chandra Nayak

ଇମ୍ଫା ରେ କୃତ୍ରିମ ବୁଦ୍ଧିମତା ଆଧାରିତ କ୍ୟାମେରା ସଂସ୍ଥାପନ ସମାରୋହ

masiha

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!