ସୁପାରି କିଲିଂ ପାଇଁ ବନ୍ଧୁକ କିଣାବିକା କରୁଥିବା ସମୟରେ ଦୁଇ ଅପରାଧୀଙ୍କୁ ଗିରଫ ନେଇ ରାଇରଙ୍ଗପୁର ପୋଲିସ ଜିଲ୍ଲା ଏସପିଙ୍କ ଖବରଦାତା ସମ୍ମିଳନୀ
ରାଇରଙ୍ଗପୁର -୧୩/୧୦। ରାଇରଙ୍ଗପୁର ପୋଲିସ ଜିଲ୍ଲା ଅଧିନସ୍ଥ ଵହଳଦା ଥାନା ଅଞ୍ଚଳର ଦୁନ୍ଦୁଘାଟରେ ସୋମବାର ଦିନ ରାତି ୧୧.୩୦ ଟା ସମୟରେ ଦୁଇ ଜଣ ସୁପାରି କିଲିଂ ମାମଲାରେ ବନ୍ଧୁକ କିଣାବିକା ଉଦ୍ୟମ କରୁଥିବା ସମୟରେ ଵହଳଦା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଅତର୍କିତ ଭାବେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ଡବଲ ବେରେଲ ଦେଶୀ ବନ୍ଧୁକ,ଦୁଇଟି ବାଇକ୍,୨ ଟି ମୋବାଇଲ ଏବଂ ନଗଦ ୫୦୦୦ ଟଙ୍କା ଜବତ କରିଥିବା ନେଇ ସ୍ଥାନୀୟ ରାଇରଙ୍ଗପୁର ଟାଉନ ଥାନାରେ ଖବରଦାତା ବୈଠକରେ ଏସପି ସୁରେଶ ପାତ୍ର ସୂଚନା ଦେଇଥିଲେ ।ଗିରଫ ଅପରାଧୀମାନେ ହେଲେ ଵହଳଦା ଥାନା ଅଞ୍ଚଳର ଲୋକନାଥ ପୁର ଗ୍ରାମର ରାଜୁ ଜାମୁଦା(୨୩) ଏବଂ ତିରିଂ ଥାନା ଅଞ୍ଚଳର ଡୋଲାଯୋଡି ଗ୍ରାମର ଗୁମଦା ସାମାଦ( ୨୨) ।ସୂଚନାଯୋଗ୍ୟ ଉକ୍ତ ଗିରଫ ଅପରାଧୀମାନେ ସ୍ବିକାର କରିଥିଲେ ଯେ ରାଉରକେଲା ଅଞ୍ଚଳରେ କିଛି ଯୁବକଙ୍କ ସହିତ ମିଶି ପାର୍ବଣରେ ବେଆଇନ ଅପରାଧିକ କାର୍ଯ୍ଯ ଏବଂ ସୁପାରିଶ କିଲିଂ ପାଇଁ ଯୋଜନା କରୁଥିଲେ ।ଉକ୍ତ ମାମଲାରେ ବହଳଦା ଥାନା ପକ୍ଷରୁ ଏକ ମାମଲା କେଶ ନମ୍ବର ୧୨୨/୨୬ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଛି ।ଉକ୍ତ ଖବରଦାତା ବୈଠକରେ ଏସଡିପିଓ ବୀରେନ୍ଦ୍ର ସେନାପତି,ବହଳଦା ଥାନା ଆଇଆଇସି ଭାଷ୍କର ପ୍ରଧାନ,ଏସଆଇ ଅନନ୍ତ ଦାସ ଉପସ୍ଥିତ ଥିଲେ ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

