ଅବୈଧ ବିଦେଶୀ ମଦ ଓ ଦେଶୀ ମଦ ପୁଡ଼ି ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ଉ ମଦ ଜବତ ସହ ୨ଅଟକ
ଡାବୁଗାଁ :(୧୪|୧୦)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ପୋଲିସ ଡାବୁଗାଁ ଅଞ୍ଚଳର ମାଝିଗୁଡ଼ା ଓ ଡଙ୍ଗରିଗୁଡ଼ା ଗ୍ରାମ ଦୋକାନ ଘରେ ଓ ଘରେ ବିକ୍ରି କରୁଥିବା ସମୟରେ ଅବୈଧ ଭାବେ ବିଦେଶୀ ମଦ ଓ ଦେଶୀ ମଦ ପୁଡି ଚଢଉ କରିଥିଲେ l ଚଢଉ ସମୟରେ ବିପୁଳ ପରିମାଣରେ ବିଦେଶୀ ମଦ ମଧ୍ୟରୁ ଏକ ପେଟି କେନ ବିଅର୍, ୫ ଲିଟର ବିଦେଶୀ ମଦ ଓ ୧୦ ପ୍ୟାକେଟ ଦେଶୀ ମଦ ପୁଡ଼ି ସହ ୨ଜଣ ଲୋକଙ୍କୁ ଅଟକ ରଖାଯାଇଛି । ଏହି ଚଢଉ ସମୟରେ ଡାବୁଗାଁ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏନେଇ ଡ଼ାବୁଗାଁ ଥାନରେ ଏତଲା ହୋଇଛି। ତେବେ ମାଝୀଗୁଡ଼ାରେ ଚାଲୁଥିବା ବେଆଇନ ମଦ କାରବାରକୁ କେବେ ବନ୍ଦ କରୁଛି ପୋଲିସ ପ୍ରଶାସନ ତାହା ଦେଖିବାକୁ ବାକି ରହିଲା l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

