ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପକ୍କା ରାସ୍ତା ନିର୍ମାଣ ଦାବିରେ ଜିଲ୍ଲାପାଳ କୁ ଦାବିପତ୍ର

ପକ୍କା ରାସ୍ତା ନିର୍ମାଣ ଦାବିରେ ଜିଲ୍ଲାପାଳ କୁ ଦାବିପତ୍ର

ଧର୍ମଗଡ଼ ବ୍ଲକ ତରାପୁର ଗ୍ରାମର ବଦ୍ରିଛକ ଠାରୁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ପର୍ଯ୍ୟନ୍ତ ମାଟିରାସ୍ତା ଅତି ଶୋଚନୀୟ ହୋଇଛି । କିଛି ମାସ ତଳେ ପଡ଼ାବାସୀ ଧର୍ମଗଡ଼ ବିଡ଼ିଓ ଙ୍କୁ ମଧ୍ୟ ଦାବୀପତ୍ର ଦେଇ ଥିଲେ କିନ୍ତୁ ଫଳ ଶୂନ ପଡ଼ାବାସୀ ନିରାଶ ହୋଇ ପୁଣି ଥରେ ରାସ୍ତା ନିର୍ମାଣ ଦାବିରେ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।

ସୂଚନା ଥାଉକି,ମହାଦେବ ପଡ଼ାବାସୀ ଏହି ରାସ୍ତାଦେଇ ଯିବା ଆସିବା କରନ୍ତି ତେବେ ଖରା ଦିନେ ମଧ୍ୟ ଏହି ରାସ୍ତାରେ ପାଣି ଜମି କାଦୁଅ ହେଉଛି । ବର୍ଷା ଦିନର କଥା ନ କହିବା ଭଲ ତେଣୁ ଏହାକୁ ପକ୍କା ରାସ୍ତା କରିବା ପାଇଁ ଯୁବ ସମାଜ ସେବୀ ଶ୍ରୀ ନରେନ୍ଦ୍ର ପଟେଲ ଓ ସାମାଜିକ କର୍ମୀ ପ୍ରେମ ପ୍ରସାଦ ପଟେଲ ପ୍ରମୁଖ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଭେଟି ପକ୍କା ରାସ୍ତା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଏହି ମହାଦେବ ପଡ଼ା ରେ ପ୍ରାୟ ଦୁଇହଜାର ରୁ ଅଧିକ ଲୋକ ବସବାସ କରୁଛନ୍ତି । ଏଠାରେ ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ର,ନୂତନ ପଞ୍ଚାୟତ ଅଫିସ୍,ଖେଳ ପଡିଆ,ଆମ ବ୍ୟାଙ୍କ,ମାଉସୀ ମା ମନ୍ଦିର ଓ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ରହିଛି । କିଛି ମାସ ତଳେ ପଡ଼ାବାସୀ ଧର୍ମଗଡ଼ ବିଡ଼ିଓ ଙ୍କୁ ମଧ୍ୟ ଦାବୀପତ୍ର ଦେଇ ଥିଲେ କିନ୍ତୁ ଫଳ ଶୂନ ହୋଇ ଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଘୋଷଯାତ୍ରା ଲୋକ ମହୋତ୍ସବ ଉଦ୍ ଯାପିତ

masiha

ତାରଣାରେ ଗୁରୁ ଗୋମକେଙ୍କର ଜନ୍ମ ବାର୍ଷିକ ସମାରୋହ

ତିରିଂ ଥାନା ପକ୍ଷରୁ ସାଇବର ସୁରକ୍ଷା ସଚେତନତା ରଥ ଓ ସଚେତନତା ଶିବିର 

masiha

Leave a Comment

error: Content is protected !!