ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ସ୍ବାବଲମ୍ବନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମହିଳା ସ୍ବାବଲମ୍ବନ କାର୍ଯ୍ୟକ୍ରମ ଅନୁଷ୍ଠିତ

କର୍ଲାମୁଣ୍ଡା, ୧୭/୧୧ (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ତରଫରୁ ମହିଳା ସ୍ବାବଲମ୍ବନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ସଭାପତି ମୁରଲିଧର ରଣା ଉପସ୍ଥିତ ରହି ମହିଳାମାନେ କିପରି ନିଜେ ସ୍ବାବଲମ୍ବୀ ହୋଇପାରିବେ ସେ ଦିଗରେ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ସମ୍ମାନିତ ଅତିଥିଭାବରେ ମହାବିଦ୍ୟାଳୟ ଅଧ୍ଯକ୍ଷ ଆଭାସ ଚନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଏସ୍ଏସ୍ଏସ୍ ଅଧିକାରୀ ମୁକେଶ ବ‌ହିଦାର ପରିଚାଳନା କରିଥିଲେ । କନିଷ୍ଠ କିରାଣୀ ଦେବେନ୍ଦ୍ର ରଣା, ଡୋଳାମଣି ଗହୀର, ରାଧାମୋହନ ଗହୀର ପ୍ରମୁଖ ସହଯୋଗ କରିଥିଲେ ।

Related posts

ମୀନା କୁମାରୀ ମୁଣ୍ଡ ଙ୍କ ପ୍ରଥମ ପ୍ରବନ୍ଧ ସଂକଳନ ‘ଅନ୍ଧପୁଟୁଳି’ ଲୋକାର୍ପିତ

Sunil Chandra Nayak

ରାଇଘର ଠାରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ 

Sunil Chandra Nayak

କୋକସରା ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଯାତ୍ରା 

Sunil Chandra Nayak

Leave a Comment

error: Content is protected !!