ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ରେ ଭାରତ ବନ୍ଦ ପାଳନ ପ୍ରଭାବଶାଳୀ

ଭବାନୀପାଟଣା:୨୫/୫- ମ.ନି.ସ:- ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓଡିଶା ପକ୍ଷରୁ ଓବିସି ଲୋକଙ୍କ ଜାତି ଆଧାରିତ ଜନ ଗଣନା କରାଯାଉ ନଥିବାରୁ ତାହାର ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ମଧ୍ୟ ପଡିଛି। ଏହାରି ଫଳରେ ଭବାନୀପାଟଣା ସହରରେ ଦୋକାନ ବଜାର,ଗାଡିଚଳାରେ ସଂପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି। ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଆଜି ଭାରତ ବନ୍ଦ ଡାକରା ଦେଇଛି। ଭାରତ ସ୍ବାଧୀନତା ର ଦୀର୍ଘ ୭୫ ବର୍ଷ ଅତିକ୍ରମ କରିସାରିଛି ତଥାପି ଓବିସି ଲୋକଙ୍କ ଜାତି ଭିତ୍ତିକ ଜନଗଣନା କରାଯାଇନାହିଁ। ସୂଚନାରୁ ଜଣାପଡିଛି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଓବିସି ମାନଙ୍କର ଜାତିଭିତ୍ତିକ ଜନଗଣନା କରାଯିବ ନାହିଁ,ସେ ନେଇ ପ୍ରଧାନମନ୍ତ୍ରୀ ସୁପ୍ରିମକୋର୍ଟ ରେ ଏକ ସପଥ ପାଠ କରିଛନ୍ତି। ତାହାର ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି। ଭାରତରେ ପଶୁ ପକ୍ଷୀଙ୍କ ଠାରୁ ଆରମ୍ଭ କରି ପ୍ରାୟ ଲୋକଙ୍କ ଜାତିଭିତ୍ତିକ ଜନଗଣନା କରାଯାଉଛି ହେଲେ ସେଥିରୁ ଓବିସି ବର୍ଗ ଜନଗଣନା ରୁ ବାଦ ପଡିଛନ୍ତି। ଏହା ଫଳରେ ଓବିସି ଲୋକଙ୍କ ତଥ୍ୟ ମିଳିପାରୁନାହିଁ ଯାହା ଦ୍ବାରା ଓବିସିଙ୍କର ବିକାଶ ରେ ବାଧାସୃଷ୍ଟି ହେଉଛି। ଏହା ଦ୍ବାର। ସେମାନ ଙ୍କୁ ମ୍ଯୁନିସିପାଲିଟି ଓ ଗ୍ରାମପଞ୍ଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣରୁ ବାଦ ପଡୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଏବେ ଅଣ୍ଟା ଭିଡିଛି। କୃଷକ ମାନଙ୍କୁ MST ଗ୍ୟାରେଣ୍ଟି ଆଇନ , ବେସରକାରୀ କ୍ଷେତ୍ରରେ ST SC, OBC ମାନଙ୍କ ପାଇଁ ସଂରକ୍ଷଣ କାର୍ଯ୍ଯକାରୀ କରିବା ଦାବିରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି ।  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ମଧ୍ୟ ଜିଲ୍ଲା ବିଏମପି ସଭାପତି ଶ୍ରୀ ମହେନ୍ଦ୍ର ଧଙ୍ଗଡାମାଝୀ ଓ ରାଜ୍ଯ ଓବିସି ସଭାପତି ଶ୍ରୀ ରୀଷିସୁନ୍ଦର ଛତ୍ରପାଳଙ୍କ ଆହ୍ୱାନ କ୍ରମେ ଏହି ବନ୍ଦ ଡାକରା ଦିଆଯାଇଛି।ଏହି ବନ୍ଦ ଡାକରେ ସାମିଲ ହୋଇଥିଲେ ଅଜୟ ନାଏକ, ଅଭିବିହାର, କରୁଣା ଚଣ୍ତି, ଗୋପାଳ ନାଗ, କ୍ଷୀରସିନ୍ଧୁ ନାଗ, ଅଭିଧର୍ଯ୍ଯ ନାଗ ଯାଦବ୍, ମୂରଳୀଧର ଚନ୍ଦନ,ବିନୟ ନାଗ, ପିଣ୍ଟୁ ନାଗ, ବଳଭଦ୍ର ନାଏକ, ଦୁଷ୍ମନ୍ତ ନାଏକ, ବଟକୃଷ୍ଣ ନାଏକ, ପାର୍ଥବ ବାଗ, ବରୁଣ ମହାନନ୍ଦ, କ୍ରିର୍ତ୍ତିଚନ୍ଦ୍ର ନାଏକ, ବୀରେନ୍ଦ୍ର ସୁନାନୀ, ସଞ୍ଜୀବ ଗୌଡ, ଅଶୋକ ଗୌଡ,ଅନ୍ତର୍ଯ୍ୟାମୀ ମଙ୍ଗରାଜ,ରାମ ନାଏକ, କୁନୁ ଦୁର୍ଗା, ସୁରେଶ ଚନ୍ଦନ, ଆକାଶ ଗୌଡ,ରାଜକିଶୋର ଦଳପତି, ଲକ୍ଷ୍ମଣ ମେହେର (ଆରଏମ ଓ୍ବାଇ) ଜିଲ୍ଲା ଜେନେରାଲ ସେକ୍ରେଟାରୀ,ଶଙ୍କର ମେହେର, ଦେବେନ୍ଦ୍ର ଟାକ୍ରୀ, ସତ୍ଯ ଛତ୍ରୀଆ, ବାଳେ ହରପାଲ, ଶରତ ରାଉତ୍ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

କ୍ଷୀରୋଦ ମଙ୍ଗରାଜ  ଙ୍କ ରିପୋର୍ଟ।

 

 

Related posts

ରଶ୍ମି ରଞ୍ଜିତା ମିଶ୍ର(ରୋଜି) ଙ୍କ ଗଳ୍ପ କୁହୁଳା କୋହ

Sunil Chandra Nayak

ନବରଙ୍ଗପୁର ନିପା ତରଫରୁ ପାଷ୍ଟର କେୟାର ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ଯୁକ୍ତ ୨କଳା ପରୀକ୍ଷାରେ ଦୀପଶିଖା ସାହୁ ଟପ୍ପର

Sunil Chandra Nayak

Leave a Comment

error: Content is protected !!