ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ 

ରୁପ୍ରା, (ମନିସ ) : ରବିବାର ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପରିବେଶ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ସହ ଅନୁବନ୍ଧିତ ନର୍ଲା ବ୍ଲକ୍ ଅଧିନ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ , ଜୁନାଗଡ଼ର ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ୍ ମୁଣ୍ଡରାଗୁଡା , କେସିଙ୍ଗା ର ସରକାରୀ ଉଚ୍ଚ ବିଦ୍ୟାଳୟ କେସିଙ୍ଗା ଓ ଭବାନୀପାଟଣା ରବାଲଗୋପାଲ୍ ଶିକ୍ଷାନିକେତନ ଭବାନୀପାଟଣା ଙ୍କୁ ପ୍ରକୃତି ମିତ୍ର” ପୁରସ୍କାର ସହିତ ୨୦,୦୦୦ (କୋଡିଏ ହଜାର ଟଙ୍କା) ଅର୍ଥ ରାଶି ପ୍ରଦାନ କରାଯାଇଥିବା ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ଼. ମୋନା ଶର୍ମା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା , ସମ୍ମାନିତ ଅତିଥି ଭାବରେ ରାଜୀବ ନିର୍ଦ୍ଦେଶକ ସେଣ୍ଟର ଫର ଏନଭରମେଣ୍ଟାଲ ଷ୍ଟଡିଜ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ଓ ସୁଶାନ୍ତ ନନ୍ଦ ନିର୍ଦ୍ଦେଶକ ପରିବେଶ ତଥା ସ୍ୱତନ୍ତ୍ର ଶାସନ ସଚିବ ସ୍ୱତନ୍ତ୍ର ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ପ୍ରମୁଖ ଉପସ୍ଥିତ ରହି ପ୍ରକୃତି ମିତ୍ର” ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ନର୍ଲା ବ୍ଲକ ଅଧିନ ଭାବନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ର ସମ୍ପାଦକ ମିଲନ ଭୋଇ, ସଦସ୍ୟ ସୌରଭ ଭୋଇ, ମୁଣ୍ଡରାଗୁଡା ର ଅଭିନାଶ ମୁଣ୍ଡ, କେସିଙ୍ଗା ର ହେମନ୍ତ ବାଗ ଓ ଭାବନୀପାଟଣାର ହେମନ୍ତ ମୁଣ୍ଡ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ଯୁବକ ଦାଦନ ଯାଇ ଶବ ହୋଇ ଫେରିଲା

Sunil Chandra Nayak

ତନ୍ମୟ କିଶୋର ଦାସ ଙ୍କ କବିତା ଏବେକାର ବୋହୂ ବାଣୀ 

Sunil Chandra Nayak

ପିତାମାତା ହରାଇଥିବା ଦୁଇ ଶିଶୁ ସରକାରୀ ସହାୟତା ପାଇବେ

Sunil Chandra Nayak

Leave a Comment

error: Content is protected !!