ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣିମୁଣ୍ଡା ପଞ୍ଚାୟତର ପାର୍ବତ୍ୟାଞ୍ଚଳ ସମାଡପଦର ଗ୍ରାମରେ ଉତ୍କଟ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଏନେଇ ଆଜି ଗ୍ରାମବାସୀ ରାଣିମୁଣ୍ଡା ଗ୍ରାମକୁ ଯାଇ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ | ସରପଞ୍ଚ ତୁକାରାମ ହିଆର ତୁରନ୍ତ ଅଭିଯୋଗ ଶୁଣି ସମାଡପଦର ଗ୍ରାମକୁ ଯାଇ ଏକ ଜେସିବି ସାହାର୍ଯ୍ୟରେ ଗ୍ରାମରେ ଏକ କୂଅ ଖୋଲି ପାନୀୟ ଜଳର ବ୍ୟବସ୍ଥା କରିଛନ୍ତି । ସରପଞ୍ଚଙ୍କ ଏତାଦୃଶ କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ସମୁଦ୍ର ପତ୍ତନ ଠାରୁ ୧ ହଜାରରୁ ଅଧିକ ଫୁଟ ଉଚ୍ଚତାରେ ରହୁଥିବା ଏହି ଗ୍ରାମରେ ବିଶେଷ କରି ଖରା ମାସରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖା ଦେଇଥାଏ । ବର୍ତ୍ତମାନ ଗ୍ରାମରେ କିଛି ମାତ୍ରାରେ ପାନୀୟ ଜଳ ସମସ୍ୟାର ସମାଧାନ ହେବ ବୋଲି ୱାର୍ଡସଭ୍ୟ ପ୍ରସନ୍ନ ମାଝୀ ପ୍ରକାଶ କରିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଦାନ ଙ୍କ ରିପୋର୍ଟ
previous post