ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ଦୟାର୍ଦ୍ଧ ମଣିଷ

ଦୟାର୍ଦ୍ଧ ମଣିଷ

 

ଜୟ କୁମାର ମିଶ୍ର 

 

ଦୟାନିଧିଙ୍କର, ଦୟା ଅବତାର 

କହିଲେ ନସରେ ବନ୍ଧୁ, 

ଦୟାଗୁଣ ନେଇ , ମନ ହାଇଁଫାଇ 

ହୃଦୟ ବିଶାଳ ସିନ୍ଧୁ ll

ପର ସେବା ବ୍ରତ, ମନେ ଜାଗରିତ 

ବଳିପଡିବେନି କେହି, 

କର୍ଣ୍ଣ, ହରିଶ୍ଚନ୍ଦ୍ର, ଠାରୁ ଦୁଇପାଦ 

ଆଗରେ ଆଗୁଆ ଭାଇ ll

ଗାଡିଧରି ଯେବେ, ବାହାରକୁ ଯିବେ 

ବୁଢ଼ା, ବୁଢ଼ୀ, ରୋଗୀ ଦେଖି, 

ଛାଡି ସେ ଯାଆନ୍ତି, ନିଷ୍ଠୁର ହୁଅନ୍ତି 

ନିର୍ଦ୍ଧୟ ସ୍ବଭାବ ରଖି ll

ଦେଖି ନବଯୁବା, ସରାଗର ଆଭା 

ରୂପ ଯଉବନେ ଢାଳି, 

ଆସ ଆସ କହି, ଗାଡିରେ ବସାଇ 

ସରାଗେ ଯାଆନ୍ତି ଚଳି ll

କହିଲେ ଘରଣୀ, କହି ନାସ୍ତି ବାଣୀ 

ମିଛରେ ବାହାନା କେତେ, 

ସମୟ ଅଭାବ, ଦୁଃଖ ନକରିବ 

ଭୁଲ ବୁଝିବନି ମୋତେ ll

ଘରର ଘରଣୀ, ଅରୁଚି ହେଲାଣି 

କିଏ ସେ ପଚାରେ ତାକୁ, 

ପରଘର ନାରୀ, ଦିଶଇ ସୁନ୍ଦରୀ 

କାନ ଶୁଣେ ଡାକୁଡକୁ ll

ବଚନ ଅନ୍ୟଥା, ଦେଖାଇ ମମତା 

ଲୁଚାଛପା କିଣା କେତେ, 

ମନ ରସିତୋଷି, ଭାବକୁ ପରସି 

ଆୟ, ବ୍ୟୟ,ଅଧା, ପଥେ ll

କେତେ ପ୍ରସାଧନ, ଶାଢ଼ୀ, ଚୁଡ଼ିମାନ 

ଆଳି ଅଳଙ୍କାର କେତେ, 

କେତେ ଦିଆନିଆଁ, ଦୁନିଆଁ ଛାନିଆ 

ସୁନ୍ଦରୀର ଇଛା ମତେ ll

ବୟସ ଗଡୁଛି, ସମସ୍ୟା ବଢୁଛି 

ପିଲାଙ୍କ ଦାୟିତ୍ୱ ସାଥେ, 

ନବ ଯଉବନା, କରେ ଆନମନା 

ଗତିଟି ଅମଡ଼ା ପଥେ ll

ମାଆ କହିଦେଲେ, ପଇସା ଅଭାବ 

ଦୁଃଖକଷ୍ଟେ ଯାଏ ଦିନ, 

ଶାଶୁ, ଶାଳୀ, ଯେବେ, ବରାଦ କରିବେ 

ଧାର କରଜକୁ ମନ ll

ଭାଇ ପାଠ ପଢ଼ା,ମରି ହେଉ ମଢ଼ା 

ଶଳାଙ୍କ ଯତନ ବେଶି, 

ଖରଚ ବାଧେନି, ଗୃହିଣୀକୁ ମାନି 

ସେ ପରା ସରଗ ଶଶୀ ll

ବାପାଙ୍କ ବରାଦ, ମନବାଞ୍ଛା ରଦ୍ଦ 

ହାକିମଙ୍କ କଥା ଚଳେ, 

ଭୟରେ ଭକତି, ଝରିପଡେ ପ୍ରୀତି 

ସବୁହୁଏ ଇଛା ବଳେ ll

ନିଜର ଭଉଣୀ, ରlଖିବାନ୍ଧି ପୁଣି 

ପାଏ ଅଳ୍ପସ୍ୱଳ୍ପ ଭେଟି, 

ଧରମ ଭଉଣୀ, ମନ ନିଏକିଣି 

ଘେନେ ଦାମିକିଆ ପେଟି ll

ଗୃହରେ ନଥିବ, ସଉଦା, ପରିବା

ଦାଣ୍ଡେ ମଉଜରେ ଭୋଜି, 

ହୁଅଇ ବଦାନ୍ୟ, ହୁଅଇ ମହାନ 

ହାତ ପଣତରୁ ଖଞ୍ଜି ll

ପିଲାଙ୍କ ଜମାକୁ, ଶିକ୍ଷା ବ୍ୟବସ୍ଥାକୁ 

ଅଭାବ ବାଧକ ହୁଏ, 

ନିଶା, ପଶା ପାଇଁ, ଯୋଗାଡ଼ ହୁଅଇ 

ଯେନତେନ ଚଳିଯାଏ ll

ସାଙ୍ଗସାଥି ତୁଲେ, ମିଳିମିଶି ପଲେ 

ଦିନକାଳ ବିତି ଯାଏ, 

ପାନ ଓ ପୁଡିଆ, ହାତୁ ଦିଆ ନିଆ 

ଆୟ ସେଠି ବ୍ୟୟ ହୁଏ ll

 

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର,
ଜିଲ୍ଲା-ଗଜପତି ଓଡିଶା, 761206

 

Related posts

ଆଧୁନିକ ଓଡ଼ିଶାର ସ୍ଥପତି ବିଜୁବାବୁ ଙ୍କ ତିରୋଧାନ ଦିବସ ପାଳିତ

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ପିଠିଆ ବଳଦ ମୁଁ

Sunil Chandra Nayak

Leave a Comment

error: Content is protected !!