ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା କବି

କବି

 

ନଳିନୀ ପ୍ରଭା ମିଶ୍ର

 

ଚିନ୍ତା ଚେତନାର ଉର୍ଦ୍ଧ୍ବରେ ତା’ ସ୍ଥିତି

   ଅପୂର୍ବ ସର୍ଜନା କାରୀ

ପଶୁ,ପକ୍ଷୀ,ନର ସମଗ୍ର ପୃଥିବୀ

   ଲେଖନୀ ରେ ରଖେ ଧରି।

କଲ୍ପନା ବିଳାସୀ କର ଇ ଜୀବନ୍ତ

  ଲେଖନୀ ରେ ଦିଏ ପୁଟ

ପିପାସା ଅଦମ୍ୟ ଅଶେଷ ଉଦ୍ୟମ

   ଭାଷା ତା’ର ପରିସ୍ଫୁଟ।

ହୃଦୟ ବିଶାଳ ଭାବ ପରିମଳ

   ଅନାସକ୍ତ ମନୋଭାବ

କବିତା ତା’ ପ୍ରାଣ କବିତା ହିଁ ଧନ

  ବଶୀଭୂତ କରେ ସର୍ବ।

ଲେଖନୀ ମୁନରେ ଧ ଉତ କରିଥାଏ

  ଆବିଳତା ସମାଜର

ଦୂରେଇ ଦୁର୍ନୀତି କୁ ପଥୁ ନିବୃତ୍ତି

   ମଣିଷ କୁ କରେ ସାର।

କରି ଋଦ୍ଧିମନ୍ତ ସାହିତ୍ୟ ଭଣ୍ଡାର

  ଛନ୍ଦ ଅଳଙ୍କାରେ ପୂର୍ଣ୍ଣ

ସାହିତ୍ୟ ସେବାରେ ଉତ୍ସର୍ଗ କରିଛି

   କବିର ଜୀବନ‌ ଧନ୍ୟ।

କବିଟି ଏ ସିଏ ନୁହଁ ଇ ସାମାନ୍ୟ

  ବ୍ରହ୍ମା ଙ୍କର ଅବତାର

ସର୍ଜନା ସୂତ୍ରରେ ଅପୁର୍ବ ବିନ୍ଧାଣୀ

  ସାକ୍ଷାତ ଦ୍ବିତୀୟ ଈଶ୍ବର।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ବିରିକୋଟ ଗ୍ରାମରେ ମାଁ ଡୋକରୀ ଦେବୀ ଙ୍କ ଦଶହରା ପର୍ବ

Sunil Chandra Nayak

ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସର୍ବ ଧର୍ମ ନୂଆଖାଇ ତିହାର ପାଳନ 

Sunil Chandra Nayak

ସାହିତ୍ୟ ଏକାଡେମୀ ଓ ପ୍ରାଣକୃଷ୍ଣ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ” ଉତ୍ତର ଓଡ଼ିଶାର ଲୋକ ଭାଷା ” ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!