ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତରବୋଡ ସମ୍ଭବ ଗୃହ ପରିସର ରେ ଜିଲ୍ଲା ସାମ୍ୱାଦିକ ସମନ୍ବୟ ସମିତି ର ଜରୁରୀ ବୈଠକ

ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ ସମ୍ଭବ ପ୍ରକଲ୍ପ ଆମ୍ବ ବଗିଚା ପରିସର ରେ ନୂଆପଡା ଜିଲ୍ଲା ସାମ୍ବାଦିକ ସମନ୍ବୟ ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ରେ ଜିଲ୍ଲା ର ଚାରିଗୋଟି ସଂଘ ର ବହୁ ସଂଖ୍ୟା ରେ ସାମ୍ବାଦିକ ଉପସ୍ଥିତ ହୋଇଥିଲେ । ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ,ନୂଆପଡା ଜିଲ୍ଲା ସାମ୍ବାଦିକ ୟୁନିଅନ,ଡିଷ୍ଟ୍ରିକ୍ଟ ପ୍ରେସ୍ କ୍ଲବ,ସିନାପାଲି କର୍ମଜିବୀ ସାମ୍ବାଦିକ ସଂଘ ଯୋଗଦାନ କରିଥିଲେ । ଉକ୍ତ ବୈଠକ ରେ ସମନ୍ବୟ ସମିତିର ଆବାହକ ବିଜୟ ସହିସ ଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଯେଉଁଥିରେ ସାମ୍ବାଦିକ ସୁରକ୍ଷା,ସାମ୍ବାଦିକ ଏକତା ଏବଂ ଆଗାମି ଦିନରେ ଜିଲ୍ଲା ସାମ୍ବାଦିକ ସଂଘର ରଣନିତୀ ଓ କାର୍ଯ୍ୟପନ୍ଥା କଣ ରହିବ ସେ ଉପରେ ବିସ୍ତୁତ ଭାବରେ ଆଲୋଚନା ହୋଇଥିଲା । ଜାନ୍ ର ସଭାପତି ନିର୍ଦ୍ଧିଷ୍ଟ ଏକ ହ୍ବାଟ୍ସ ଅପ ଗୃପ ରେ ଜିଲ୍ଲା ସାମ୍ବାଦିକ ସମନ୍ବୟ ସମିତିରୁ ଓହରି ଯିବା ପ୍ରସ୍ତାବ କୁ ଖୁସି ର ସହ ସମନ୍ବୟ ସମିତି ଗୃହିତ କରିଥିଲା । ଏହା ବ୍ୟତିତ ସମନ୍ବୟ ସମିତି ବାବଦ ରେ ଜାନ ସଭାପତି ଯେଉ ଚାରି ଗୋଟି ପ୍ରସ୍ତାବ ଲେଖିଥିଲେ ସେହି ପ୍ରସ୍ତାବ ଗୁଡିକୁ ସମସ୍ତ ସମନ୍ବୟ ସମିତି ର ସଦସ୍ୟ ମାନେ ଗୋଟି ଗୋଟି କରି ମନ୍ତବ୍ୟ ଦେଇଥିଲେ ଓ ପରିଶେଷ ରେ ତାହା ଭିତ୍ତିହିନ ମନଗଢା କପୋଲକଲ୍ପିତ ବୋଲି ସମସ୍ତେ ମନ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟପକ୍ଷେ ଗତ କିଛିଦିନ ତଲେ ୱେବ ସାମ୍ବାଦିକ ଙ୍କୁ ନକଲି ବୋଲି ଆଖ୍ୟା ଦେଇଥିବା ଖବର ଟି କୁ ୱେବ ର ସାମ୍ବାଦିକ ମାନେ ଭର୍ସନା କରିଥିଲେ ଓ ୱେବ ର ସାମ୍ବାଦିକ ମାନେ ପରବର୍ତି ସମୟ ରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଙ୍କ ଦ୍ବାରସ୍ତ ହେବା ସହ ପ୍ରେସ କାଉନସିଲ ର ମଧ୍ୟ ଦୃଷ୍ଟି ଆକର୍ଷଣ କରିବେ ବୋଲି ମତ ପ୍ରକାଶ କରିଥିଲେ । ଏନଡିୟୁଜେ ସଂଘ ର ସଭାପତି ସୁଶାନ୍ତ କର ଓ ସଦସ୍ୟ ଯୁଧିଷ୍ଚିର ପଟେଲ ଆଗାମି ଦିନ ରେ ଜିଲ୍ଲା ର ବିଭିନ୍ନ ସାମାଜିକ କାମ କରିବୁଁ ବୋଲି ପ୍ରସ୍ତାବ ଆଗତ କରିଥିବାବେଳେ ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ର ବରିଷ୍ଟ ସଦସ୍ୟ ଦିପକ ମିଶ୍ର ଅତିଶିଘ୍ର ସମିତି ତରଫ ରୁ ରକ୍ତଦାନ ଶିବିର ଓ ସମିତି ତରଫ ରୁ ବାର୍ଷିକ ଉତ୍ସବ କରିବାସହ ଜନହିତକର କାମ କରିବେ ବୋଲି ମତାମତ ଦେଇଥିଲେ ।ପରିଶେଷ ରେ ଏଡଡିୟୁଜେ ର ସଦସ୍ୟ ଅଂଶୁମାନ ଅଗସ୍ତି ଦୁର ଦୁରାନ୍ତ ରୁ ଆସିଥିବା ସମସ୍ତ ସମନ୍ନୟ ସମିତି ର ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସରକାର ଙ୍କ ବର୍ଷାଜଳ ସଂରକ୍ଷଣ ଚିନ୍ତା

Sunil Chandra Nayak

ବରିଷ୍ଠ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, କଳାହାଣ୍ଡି ଏସପି ଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ସାମ୍ବାଦିକ

Sunil Chandra Nayak

ମା’ଙ୍କ ତାରାତାରିଣୀ ମନ୍ଦିରରପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!