ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଆଇନ ଭାବେ ଦେଶୀ ମଦ ବିକ୍ରି ଅଭିଯୋଗ ରେ ଯୁବକ ଅଟକ

କୋକସରା,୧୫/୦୬ (ମ ନି ସ ) ବୁଧବାର କୋକସରା ପୋଲିସ ଚଢ଼ାଉ କରି ଦେଶୀ ମଦ ପାଉଚ ସହ ଜଣେ ଯୁବକକୁ ଥାନାକୁ ଆଣି ଅଟକ ରଖିଥିବା ନେଇ ସୁଚନା ମିଲିଛି। କଳାହାଣ୍ଡି ଜିଲ୍ଲା କୋକସରା ଥାନାଞ୍ଚଳ ଧଅଁରପୁର ପଞ୍ଚାୟତ ପାଇକପଡ଼ା ଗାଁ ର ନୀଳମଣି ବେହେରା(୨୪) ନାମକ ଜଣେ ଯୁବକ ରାସ୍ତା କଡରେ ମଦ ବିକ୍ରି କରୁଥିବା ନେଇ ପୋଲିସ ରେ ଅଭିଯୋଗ ହେବାପରେ ପୋଲିସ ଚଢ଼ାଉ କରିଥିଲା ଏବଂ ଚଢ଼ାଉ କରି ଯୁବକ ଠାରୁ ୪୦ ଟି ଦେଶୀ ମଦ ପାଉଚ ଜବତ କରି ଉକ୍ତ ଯୁବକକୁ ଆଣି କୋକସରା ଥାନାରେ ଅଟକ ରଖିବା ସହ କେଶ ନମ୍ବର ୧୪୦/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ କୋକସରା ଥାନା ସବ ଇନ୍ସପେକ୍ଟର ହେମନ୍ତ ପାତ୍ର ସୂଚନା ଦେଇଛନ୍ତି।

Related posts

ନର୍ମଦା ନାୟକ ଙ୍କ କବିତା ଆମଦେଶ ସ୍ୱାଧୀନ

Sunil Chandra Nayak

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧରଣ ବୈଠକ ରାକିକିଆ ଠାରେ ଅନୁଷ୍ଠିତ 

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବର୍ଷା

Sunil Chandra Nayak

Leave a Comment

error: Content is protected !!