ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ଵରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ,ବନ୍ଦ କଲେ ଦରମା ଗଣିଲେ ଜୋରିମାନା

ବାଲେଶ୍ଵର,୨୫/୬/୨୨- ଓଡିଶାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବାଲେଶ୍ଵର ସ୍ଥିତ ଗାନ୍ଧୀସ୍ମୃତି ଭବନ ପରିସରରେ ଅନୁଷ୍ଠିତ ଶିକ୍ଷା ବିଭାଗର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିଲେ । ଏହି ଅବସରରେ ବାଲେଶ୍ଵର ସହରର ୫ଟି ସ୍କୁଲକୁ ଅଚାନକ ଯାଞ୍ଚ କରିଥିଲେ । ଉକ୍ତ ଯାଞ୍ଚ ବେଳେ ମହାବୀର ନୋଡାଲ ୟୁପି ସ୍କୁଲର ତୃତୀୟ ଶ୍ରେଣୀ ପିଲା ମାନଙ୍କୁ ପଣକିଆ ପଚାରିଥିଲେ । ହେଲେ ପିଲାମାନେ କହିପାରି ନଥିଲେ । ସେଥିପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବା ସହିତ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏଥିସହିତ ତା ୨୫/୬/୨୨ ରିଖ ଠାରୁ ୧୫ ଦିନ ଭିତରେ ନୋଟିସ୍ ର ଉତ୍ତର ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

        ସେହିପରି ବିଧାୟକ ସ୍ବରୂପ ଦାସ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ବାଇକ୍ ରେ ବସାଇ ସହର ବୁଲାଉଥିଲେ । ହେଲେ ଉଭୟ ହେଲମେଟ୍ ବ୍ଯବହାର କରିନଥିଲେ । ସେଥିପାଇଁ ତାଙ୍କୁ ଏକ ହଜାର(୧୦୦୦) ଟଙ୍କା ଜୋରିମାନା ସ୍ବରୂପ ଦେବାକୁ ପଡିଛି । ଟ୍ରାଫିକ ଥାନାରେ ପହଞ୍ଚି ଏକ ହଜାର ଟଙ୍କା ଦେଇଛନ୍ତି ବିଧାୟକ ସ୍ବରୂପ ଦାସ, ଯାହା ଖବର ସଂଗ୍ରହରୁ ଜଣାପଡିଛି । ଅନ୍ୟ ମାନଙ୍କ ପାଇଁ ଏହା ମଧ୍ୟ ଏକ ସଚେତନତା ମୂଳକ ହେବ ବୋଲି ଅନୁମାନ କରାଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଉରକେଲା – ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧନ ଦିବସ ପାଳିତ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ ଗଳ୍ପ ମାତୃଶକ୍ତି

Sunil Chandra Nayak

ଧର୍ମଗଡ ରେ ବ୍ରାହ୍ମଣ ସମାଜ ର ନୂଆଖାଇ ଭେଟଘାଟ

Sunil Chandra Nayak

Leave a Comment

error: Content is protected !!