ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ରୋଧିତ ହେବା ଦ୍ବାରା ସମ୍ପର୍କରେ ଦୂରତ୍ୱ ସୃଷ୍ଟି ହୋଇଥାଏ 

 କ୍ରୋଧିତ ହେବା ଦ୍ବାରା ସମ୍ପର୍କରେ ଦୂରତ୍ୱ ସୃଷ୍ଟି ହୋଇଥାଏ 

   ଜଣେ ସାଧୁ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥାନ୍ତି । ଏହି ଅବସରରେ ସାଧୁ ଶିଷ୍ୟ ମାନଙ୍କୁ କହୁଥାନ୍ତି- ଜୀବନରେ ଆଗକୁ ଯିବାକୁ ହେଲେ କେଉଁ କେଉଁ କଠିନ ପରିସ୍ଥିତି ଦେଇ ଗତି କରିବାକୁ ହୁଏ ଏବଂ କେଉଁପରି ଭାବେ ସମସ୍ୟାର ସାମନା କରି ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ପଡିଥାଏ ।

     ଏହି ସମୟରେ ଆଶ୍ରମ ନିକଟରେ ଜଣେ ମହିଳା ଓ ଜଣେ ପୁରୁଷ ଉଚ୍ଚ ସ୍ବରରେ ଝଗଡା କରୁଥିଲେ । ସାଧୁ ମହାରାଜ ଶିଷ୍ୟ ମାନଙ୍କୁ କହୁଥାନ୍ତି- ଦୁଇଜଣ ମହିଳା ଓ ପୁରୁଷ ଅତି ନିକଟରେ ଅଛନ୍ତି- କିନ୍ତୁ ଉଚ୍ଚ ସ୍ବରରେ କହୁଛନ୍ତି । ସାଧୁ ମହାରାଜ ଏହାର କାରଣ ଶିଷ୍ୟ ମାନଙ୍କୁ ପଚାରିଲେ । ସଙ୍ଗେ ସଙ୍ଗେ ଜଣେ ଶିଷ୍ୟ କହିଲେ- ସେମାନେ ଉଚ୍ଚ ସ୍ବରରେ କହିବାର କାରଣ ହେଉଛି ସେମାନେ କ୍ରୋଧର ବଶବର୍ତ୍ତୀ ହୋଇ ଉଚ୍ଚସ୍ବର ଉଚ୍ଚାରଣ କରୁଛନ୍ତି । ଏହିପରି ଭାବେ ଅନେକ ଶିଷ୍ୟ ସାଧୁ ମହାରାଜଙ୍କୁ ଉତ୍ତର ଦେଲେ, ତେବେ କୌଣସି ଉତ୍ତରରେ ସାଧୁ ସନ୍ତୁଷ୍ଟ ହେଲେ ନାହିଁ । ସାଧୁ କହିଲେ ଏହାଦ୍ବାରା ଦୁଇଜଣଙ୍କ ମଧ୍ୟରେ ଦୂରତ୍ୱ ବୃଦ୍ଧି ପାଉଛି । କାରଣ ଯେତେବେଳେ ଜଣେ ଜୋରରେ କହିବା ଆରମ୍ଭ କରୁଛି ଆଉ ଜଣେ ପଛକୁ ହଟି ଯାଉଛି । ଏହାଦ୍ବାରା ଦୁଇଜଣଙ୍କ ସମ୍ପର୍କରେ ଦୂରତ୍ୱ ବୃଦ୍ଧି ପାଉଛି ଏବଂ ଶାନ୍ତି ପୂର୍ଣ୍ଣ ଜୀବନ ଜୀଇଁବାରେ ଜଟିଳତା ସୃଷ୍ଟି କରୁଛି । ତେଣୁ ଯଦି ଆପଣ କାହା ଉପରେ କ୍ରୋଧିତ ଅଛନ୍ତି ଏବଂ ଉକ୍ତ ବ୍ଯକ୍ତି ଆମ ସମ୍ମୁଖରେ ଅଛନ୍ତି, ତେବେ ତାଙ୍କ ସହ ଭଲରେ କଥାବାର୍ତ୍ତା କରାଯାଇ ପାରେ । ଭଲରେ କଥାବାର୍ତ୍ତା କଲେ ନିଜ ଭିତରେ ଦୂରତ୍ୱ ସୃଷ୍ଟି ହେବ ନାହିଁ । ଯଦି ଆମେ କ୍ରୋଧିତ ହୋଇ ଉଚ୍ଚ ସ୍ବରରେ କିଛି କହିବା ତେଵେ ମାନସିକ ଅଶାନ୍ତି ଭୋଗ କରିବା ସହ ନିଜ ଭିତରେ ସମ୍ପର୍କରେ ଦୂରତା ସୃଷ୍ଟି ହେବ । ଶେଷରେ ଏହା କୁହାଯାଇ ପାରେ ଯେ, ଯଦି ଆମେ କାହା ଉପରେ କ୍ରୋଧିତ ଅଛନ୍ତି ତାଙ୍କ ସହିତ ଭଲରେ କଥାବାର୍ତ୍ତା କରି ସମସ୍ୟାର ସମାଧାନ କରିବା । ଗୁରୁଙ୍କ ଉତ୍ତର ଶୁଣି ଶିଷ୍ୟମାନେ ଏ କଥା ବୁଝିଲେ ଯେ, ଜୀବନର କେବେ ବି କ୍ରୋଧିତ ହେବା ଅନୁଚିତ ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

ବାଲେଶ୍ବରରେ ହେବ ବ୍ୟାଙ୍କ ନୋଟ୍ ପେପର ମିଲ୍

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନବ ଯୌବନ ଦର୍ଶନରେ ଚକା ନୟନ

Sunil Chandra Nayak

ଦମାପଲା ଠାରେ ନିଆରା ହୋଲି ପର୍ବ ପାଳିତ

Sunil Chandra Nayak

Leave a Comment

error: Content is protected !!