ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିମ୍ବ ବୃକ୍ଷରୁ ଝରୁଛି କ୍ଷୀର

ଜୟପାଟଣା: ହିନ୍ଦୁ ଧର୍ମରେ ଅନେକ ଗଛକୁ ପୂଜା କରାଯାଇଥାଏ, କାରଣ ଗଛରେ ଦେବା-ଦେବୀ ବାସ କରିଥାନ୍ତି ବୋଲି କୁହାଯାଇଥାଏ। ମାନ୍ୟତା ରହିଛି ଏହିସବୁ ବୃକ୍ଷକୁ ପୂଜା କରିବା ଦ୍ୱାରା ଭଗବାନଙ୍କ କୃପା ମଧ୍ୟ ଲାଭ ହୋଇଥାଏ। ଏସବୁ ଗଛ ମଧ୍ୟରୁ ଗୋଟିଏ ହେଉଛି ନିମ୍ବ ଗଛ। ନିମ୍ବ ବୃକ୍ଷର ଦାରୁରୁ ବିଶ୍ୱ ବ୍ରହ୍ମାଣ୍ଡପତି ପ୍ରଭୁ ଜଗନ୍ନାଥ ଠାକୁରଙ୍କର ବିଗ୍ରହ ତିଆରି ହୁଏ । ସର୍ବମାନ୍ୟରେ ନିମ୍ବ ଦିବ୍ୟ ଦାରୁଙ୍କୁ ବିଷ୍ଣୁଙ୍କ ଅଂଶ ବ୍ରହ୍ମ ବିଶେଷ ବିବେଚିତ କରାଯାଏ ଓ ବ୍ରହ୍ମ ଦାରୁ ରୂପେ ଗଣ୍ୟ ହୁଏ।ଏହା ସ୍ବାସ୍ଥ୍ୟ ପାଇଁ ଲାଭକାରୀ ବୋଲି କୁହାଯାଇଥାଏ। ସେହିଭଳି ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ନିମ୍ବକୁ ଉପକାରୀ ବୋଲି କୁହାଯାଇଛି। ଏପରି ମହାନ ବୃକ୍ଷରେ ରଥଯାତ୍ରାର ଦିନକ ପୁର୍ବରୁ ଅଜସ୍ର କ୍ଷୀର ବୋହୁଥିବାର ଅକଳ୍ପନିୟ ଦୃଶ୍ୟ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଧିନସ୍ଥ ପୋଡ଼ାଗୁଡା ଗ୍ରାମର ରାସ୍ତାକଡ଼ରେ ଥିବା ଏକ ନିମ୍ବ ବୃକ୍ଷରୁ । ଗତ ତିନି ଦିନ ହେଲା ବୃକ୍ଷରୁ ଚିଁଚିଁ ଶବ୍ଦ ହେଉଥିଲା । ଆଜି ବୃକ୍ଷର ଦାରୁରୁ ତିନୋଟି ସ୍ଥାନରୁ କ୍ଷୀର ନିର୍ଗତ ହେଉଛି । ସ୍ଥାନୀୟ ଜନସାଧାରଣ ଧର୍ମିୟ ଭାବନାରେ ଆସ୍ଥାରଖି ବୃକ୍ଷ ମୂଳରେ ନୂଆ ବସ୍ତ୍ର ପରିଧାନ କରାଇ ପୂଜାର୍ଚ୍ଚନା କରୁଛନ୍ତି ।।

ଜୟପାଟଣା ରୁ ହୃଷିକେଶ ମୁଣ୍ଡ ଙ୍କ ରିପୋର୍ଟ

Related posts

ଆସନ୍ତା ୧୦ରେ ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ସମ୍ବର୍ଦ୍ଧିତ ହେବେ ସୌମ୍ଯରଂଜନ

Sunil Chandra Nayak

ରାଇରଙ୍ଗପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ;୧୦୯ ଟି ପଂଜିକୃତ ମାମଲାରୁ ୮ ଟି ଫଇସଲା; ଟ୨୦,୨୦,୯୭୭ ଙ୍କା ଜୋରିମାନା ଆଦାୟ

Sunil Chandra Nayak

ଏବିଭିପି ଦ୍ଵାରା ନର୍ଲାରେ ଋତୁମତି ଅଭିଯାନ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!