ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଖରୀରେ ବୁଡି ଚାଷୀ ମୃତ

ମୟୂରଭଞ୍ଜ -୧୨/୭/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ବଣକାଟି ପଞ୍ଚାୟତର ବାଲିଆଢିପା ଗ୍ରାମର ଜଣେ ଚାଷୀ ପୋଖରୀରେ ବୁଡି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ଚାଷୀ ଦେବୀ ଲାଲ ଟୁଡୁ (୫୮) ବିଲ କାମ ସାରି ୨.୩୦/ ୩ଟା ପାଖାପାଖି ସମୟରେ ଘରକୁ ଆସି ଗାଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିଲେ । ନ ଫେରିବା ବିଳମ୍ବ ନେଇ ଘର ଲୋକେ ଖୋଜାଖୋଜି କରି ପୋଖରୀରେ ପାଇଥିଲେ । ଗାଁ ଲୋକେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ । ବୁଧବାର ଦିନ ଶବ ବ୍ୟବଚ୍ଛେଦ ହେବ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀରେ ସହରର ବିଭିନ୍ନ ସଂଗଠନ ତରଫରୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ରଞ୍ଜିତା ପତି ଙ୍କ କବିତା ରଜପାନ

Sunil Chandra Nayak

ବିଷ ପାନ ଖାଇ ମହିଳା ଗୁରୁତର

Sunil Chandra Nayak

Leave a Comment

error: Content is protected !!