ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ପ୍ରାର୍ଥନା

ପ୍ରାର୍ଥନା

ମାନଗୋବିନ୍ଦ ସ୍ବାଇଁ

ଆହେ ଦୀନବନ୍ଧୁ ଅନାଥର ବନ୍ଧୁ
     ଦୁଃଖ ଶୁଣିବା ହେଉତା 
 ଡାକୁଛି ଆତୁରେ ପ୍ରାର୍ଥନା ଶୁଣି ତା
   ତୁମେ ଅଟେ ମୋ ଦେବତା।
ବାରମ୍ବାର କହି ଗୁହାରୀ କରୁଛି
    ଜାଣିବାକୁ ହବ ଭାବ
ତୁମେ ବିଶ୍ବ ରକ୍ଷା ହତ୍ତା କର୍ତ୍ତା ପ୍ରଭୁ
     ତୁମ ହବ ମୋ ଗୈାରବ।
ତୁମ ନାମ ଧରି ଯାଉଛି ଯୁଆଡ଼େ
    କାମ ସାହା ଫଳବତୀ
ଭଲରେ ଭଲରେ କଣ୍ଠ ସ୍ବର ଗୀତ
    ଭଜୁଛି ତୁମ ସଂସ୍କୃତି।
ଗାଇ ଦେଲେ ପଦ ଆନନ୍ଦ ଆସୁଛି
    ଉତ୍ସାହ ବଢୁଛି ଭକ୍ତି
ସକାଳ ସଞ୍ଜରେ ଧୂପ ଦୀପ ଦେଇ
   କରୁଛି ତୁମକୁ ସ୍ତୁତି।
ତୁମେ ମୋଆଲୋକ ହୃଦ ବତୀ ଶିଖା
      ଅନ୍ଧାର କରୁଛ ଦୂର
ପାପକୁ ଛଡ଼ାଇ ଦିଅ ଶୁଦ୍ଧ ବୁଧି
    ତୁମେ ଯେ ମୋର ଈଶ୍ୱର।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଙ୍କ ସ୍ମୃତି ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ସମାଜସେବୀ ଙ୍କ ଉଦ୍ୟମ ବଳରେ ମାନଝରି ଗାଁ ରେ ଲାଗିଲା ଟ୍ରାନ୍ସଫରମର   

Sunil Chandra Nayak

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ର ଦାବି ପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!