ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଶ୍ରାବଣୀ

ଶ୍ରାବଣୀ

 

  ପ୍ରଶାନ୍ତ କୁମାର ନାଥ

ଆସିଲେ ଶ୍ରାବଣୀ ହସଇ ଧରଣୀ
    ଭିଜା ଭିଜା ମହକରେ
ମିଠା ଆଲିଙ୍ଗନେ କରଇ ଚୁମ୍ବନ
    ପ୍ରଣୟର ଅଭିସାରେ। 
ଉକୁଟି ଉଠଇ ଭିଜା ମାଟି ବାସ୍ନା
    ମାଟି ଅଗଣାର କୋଳେ
ଆତ୍ମତୃପ୍ତି ପାଏ ପ୍ରିୟକୁ ପାଇଣ
     ଜୀଵନର ସାୟଂକାଳେ। 
ଲାଗଇ ରୋଷଣୀ ନଭଗର୍ଭେ ସାଜି
    ଆଲୋକ ଭରି ଚପଳା
ଘଡଘଡି ମାରେ ଦୁନ୍ଦୁଭି ବଜାଇ
     ଆକାଶର ମେଘ ମାଳା। 
ଆଦ୍ୟ ଶଵଦରେ ଭିଜାଏ ମାଟିକୁ
    ପାଦରେ ନୂପୁର ବାନ୍ଧି
ଟପଟପ ହେଇ ବରଷି ଯାଏ ସେ
     ନୂପୁର ନିକ୍ଵଣେ ଛନ୍ଦ।
ଶୁଷ୍କ ବନ ଭୂମି ସିକ୍ତ ହୋଇ ଉଠେ
    ସବୁଜ ସୁନ୍ଦର ହେଇ
ଶ୍ରାବଣୀ ଭରିଇ ଜୀଵନ ଆୟୁଷ
     ଵନ ଭୂମି ମଧ୍ୟେ ନେଇ। 
ହସିଲା ତଟନୀ ତଡାଗ ନିର୍ଝର
    ଶ୍ରାବଣୀର ଛୁଆଁ ପାଇ
ନଵ ଯୌବନା ପରାଏ ଦିଶିଲେ
    ଉଛୁଳା ଦେହକୁ ନେଇ।।
ପ୍ରଶାନ୍ତ କୁମାର ନାଥ ଜୁଣଗଡି (ରାଜନଗର) କେନ୍ଦ୍ରାପଡ଼ା

Related posts

ଡିଗ୍ରୀ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଏଡସ ସଚେତନତା ଦିବସ ପାଳନ

Sunil Chandra Nayak

ଆଦରମଣି ପ୍ରଧାନ,(ଗୋଲାପୀ) ଙ୍କ ଗଳ୍ପ ମୁଁ ପ୍ରେମିକା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!