ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଶ୍ରାବଣୀ

ଶ୍ରାବଣୀ

 

  ପ୍ରଶାନ୍ତ କୁମାର ନାଥ

ଆସିଲେ ଶ୍ରାବଣୀ ହସଇ ଧରଣୀ
    ଭିଜା ଭିଜା ମହକରେ
ମିଠା ଆଲିଙ୍ଗନେ କରଇ ଚୁମ୍ବନ
    ପ୍ରଣୟର ଅଭିସାରେ। 
ଉକୁଟି ଉଠଇ ଭିଜା ମାଟି ବାସ୍ନା
    ମାଟି ଅଗଣାର କୋଳେ
ଆତ୍ମତୃପ୍ତି ପାଏ ପ୍ରିୟକୁ ପାଇଣ
     ଜୀଵନର ସାୟଂକାଳେ। 
ଲାଗଇ ରୋଷଣୀ ନଭଗର୍ଭେ ସାଜି
    ଆଲୋକ ଭରି ଚପଳା
ଘଡଘଡି ମାରେ ଦୁନ୍ଦୁଭି ବଜାଇ
     ଆକାଶର ମେଘ ମାଳା। 
ଆଦ୍ୟ ଶଵଦରେ ଭିଜାଏ ମାଟିକୁ
    ପାଦରେ ନୂପୁର ବାନ୍ଧି
ଟପଟପ ହେଇ ବରଷି ଯାଏ ସେ
     ନୂପୁର ନିକ୍ଵଣେ ଛନ୍ଦ।
ଶୁଷ୍କ ବନ ଭୂମି ସିକ୍ତ ହୋଇ ଉଠେ
    ସବୁଜ ସୁନ୍ଦର ହେଇ
ଶ୍ରାବଣୀ ଭରିଇ ଜୀଵନ ଆୟୁଷ
     ଵନ ଭୂମି ମଧ୍ୟେ ନେଇ। 
ହସିଲା ତଟନୀ ତଡାଗ ନିର୍ଝର
    ଶ୍ରାବଣୀର ଛୁଆଁ ପାଇ
ନଵ ଯୌବନା ପରାଏ ଦିଶିଲେ
    ଉଛୁଳା ଦେହକୁ ନେଇ।।
ପ୍ରଶାନ୍ତ କୁମାର ନାଥ ଜୁଣଗଡି (ରାଜନଗର) କେନ୍ଦ୍ରାପଡ଼ା

Related posts

କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ 

masiha

ଅସୁରଗଡରେ ଆଦିସ୍କନ୍ଧ ସମାଜର ବାର୍ଷିକ ସମ୍ମିଳନୀ

ପରିବହନ ମନ୍ତ୍ରୀଙ୍କୁ ଭେଟିଲା ଘରୋଇ ବସ୍‌ ମାଲିକ ସଂଘ, ଆଜି କାର୍ଯ୍ୟକାରିଣୀ ବୈଠକ ପରେ ଧର୍ମଘଟ ନେଇ ହେବ ନିଷ୍ପତ୍ତି

Sunil Chandra Nayak

Leave a Comment

error: Content is protected !!