ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କାହିଁକି ଏମିତି କରେ

କାହିଁକି ଏମିତି କରେ

ଉପେନ୍ଦ୍ର କୁମାର ବସ୍ତିଆ

    
ନୀତି ତୁମପାଇଁ ପ୍ରେମପତ୍ର ଲେଖେ 
ମନର କାଗଜ ପରେ 
ସ୍ମୁତିର କଲମ ଧାରେ 
ସେହି ପ୍ରେମପତ୍ର ନଷ୍ଟ ହୋଇଯାଏ 
ମୋ ଆଖି ଲୁହର ଧାରେ 
ଲେଖି ମୁଁ ସାରିବା ପରେ 
ମୁଁ କାହିଁକି ଏମତି କରେ ?
ତୁମେ ଯେବେ ଥରେ ହସିଦେଲେ 
ବସନ୍ତ ଆସଇ ବାସ ଚହଟଇ
ମଳୟ ବହଇ ଧୀରେ 
କୋଇଲି ଗାଆଇ 
ଆମ୍ବ ବଉଳଇ ମହ ମହ ହୋଇ 
ଫୁଲ ଫୁଟେ ବଗିଚାରେ 
ମୋ ମନେ ଶାନ୍ତନା ଭରେ 
ମୁଁ କାହିଁକି ଏମତି କରେ ?
ତୁମେ ଦୁଃଖକଲେ ଥରେ 
ବରଷା ଆସଇ ମେଘ ବରଷଇ 
ଘଡ଼ ଘଡି ଶବ୍ଦ କରେ 
ଚାରିଆଡେ ଜଳ ଭରେ 
ବାଦଲ ଘୋଟଇ ସୂର୍ଯ୍ୟ ଲୁଚିଯାଏ 
କଳାମେଘ ପଣତରେ 
ମୋ ମନ ଅସ୍ତିର କରେ 
ମୁଁ କାହିଁକି ଏମତି କରେ ?
ନୀତି ତୁମକଥା ଜହ୍ନ ଆସି କୁହେ 
ତୋଫା ତୋଫା ଆଲୁଅରେ 
ଚାନ୍ଦିନୀ ରାତିର ଧାରେ 
ହେଲେ ମୁଁ ଚିହ୍ନିନି କେବେ ମୁଁ ତୁମକୁ 
ଜହ୍ନ ଆଗେ ଗାଲୁ ମାରେ 
ହେଲେ•• ଲୁଚି ଲୁଚି ଲୁହ ଝାରେ 
ମୁଁ କାହିଁକି ଏମତି କରେ ?

ରାଉରକେଲା

Related posts

ବୁଢାଦେଓ ଉଚ୍ଚ ବିଦ୍ୟାଳୟ ଦାବ୍ରୀ ଠାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦାୟ କାଳିନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଆଦିବାସୀ କଲ୍ୟାଣ ସଙ୍ଗ ପକ୍ଷରୁ ନିରଞ୍ଜନ ବିଶି ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ମହିଳାଙ୍କ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!