ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପରଜଙ୍ଗରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡଙ୍କ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ, କାମାକ୍ଷାନଗର 18/7/22 ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଚାଲିଥିବା ବେଳେ ଯୁବକଙ୍କ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ । ଯୁବକ ଜଣଙ୍କ ହେଉଛନ୍ତି ପରଜଙ୍ଗ ଥାନା କାଦପଡା ଗାଁର ବାବୁ ସାହୁ । ବାବୁ ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡରେ କାର୍ଯ୍ୟ କରୁଥିଲେ । ତାଙ୍କର ୭ ମାସର ଦରମା ସହ ତାଙ୍କୁ ଚାକିରୀରୁ ବାହାର କରି ଦେଇଥିବା ଯୋଗୁଁ ମାନସିକ ଚାପରେ ରହି ଆସୁଥିଲେ । ବାରମ୍ବାର ସ୍ଥାନୀୟ ବନ ଅଧିକାରୀ,ସ୍ଥାନୀୟ ବିଧାୟକ, ଢେ଼ଙ୍କାନାଳ ସାଂସଦ ଓ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି କିଛି ପଦକ୍ଷେପ ଗ୍ରହଣ କରୁନଥିବା ପ୍ରକାଶ କରିଛନ୍ତି ବାବୁ । ମହାବିରୋଡ଼ର ତତ୍କାଳୀନ ରେଞ୍ଜର ସୁବ୍ରତ ବେହେରା ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ସେ ଦୀର୍ଘ ୧୩ ବର୍ଷ ଧରି ମହାବିରୋଡ଼ ରେଞ୍ଜରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ଭାବେ ଦଦରାଘଟି ଫରେଷ୍ଟ ସେକ୍ସନରେ କାର୍ଯ୍ୟ କରୁଥିଲେ ।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଫାଲଗୁନି ରଣା ଙ୍କ କବିତା ଜୟ ଗଣନାଥ

Sunil Chandra Nayak

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ବଡପଳଶା ଜାହେରା ଗାଳରେ ପୂଜାର୍ଚ୍ଚନା

Sunil Chandra Nayak

ବିଜାତଳାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!