ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ NCC କ୍ୟାଡେଟ ମାନଙ୍କର କାର୍ଗିଲ ବିଜୟ ଦିବସ ପାଳିତ

 ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଜି କାର୍ଗିଲ ବିଜୟ ଦିବସ ଉପଲକ୍ଷେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାରପ୍ରାପ୍ତ ଶ୍ରୀ ରଞ୍ଜିତ କୁମାର ପ୍ରଧାନ ଯୋଗ ଦେଇ NCC କ୍ୟାଡେଟ ମାନଙ୍କୁ ଉଦବୋଧନ ବିଜୟ ଗାଥା ଉପସ୍ଥାପନ କରିଥିଲେ l ସହକାରୀ ପ୍ରଫେସର ଶାରଦା ପତୀ, ଦେବାଶିଷ ଦାସ, ରାକେଶ ଚନ୍ଦ୍ର ସାହୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ କ୍ୟାଡେଟ ମାନଙ୍କୁ ଅନୁପ୍ରାଣିତ କରିଥିବା ବେଳେ ମହାବିଦ୍ୟାଳୟର NCC ଅଧିକାରୀ ଶ୍ରୀ ପ୍ରକାଶ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ପରିଶେଷରେ କାର୍ଗିଲ ଦିବସର ମହତ୍ୱ ଆଲୋଚନା କରି ସମସ୍ତ ଅଧ୍ୟାପକ ଅଧ୍ୟାପିକା ସମେତ NCC କ୍ୟାଡେଟ ମାନଙ୍କୁ NCC ଅଧିକାରୀ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମକୁ ଶେଷ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଜାତୀୟ ଯୁବ ଭଲିବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଦଲରେ ସାମିଲ ଶ୍ରୁତି ଥାପାଙ୍କୁ ଶୁଭେଚ୍ଛା

କଳାହାଣ୍ଡି ରେ ତୃତୀୟ ପର୍ଯ୍ଯାୟ ଭୋଟ ଗ୍ରହଣ ସମାପ୍ତ, ଭୋଟ ବକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ

Sunil Chandra Nayak

ବିଶ୍ୱନାଥପୁରରେ ମନ ମୋହିବ ମୂର୍ତ୍ତି, ମେଢ ଓ ମଣ୍ଡପ , ରାମଚନ୍ଦ୍ରପୁରରେ ମୁଖ୍ୟ ଆକର୍ଷଣ ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!