ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗରିମା ର ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା/ ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗରିମା ଓ ସେକ୍ଟର ୧ ସ୍ଥିତ ବିବେକାନନ୍ଦ ଶିକ୍ଷା ସଦନ ର ମିଳିତ ଆନୁକୂଲ୍ୟରେ ବନମହୋତ୍ସବ ଉପଲକ୍ଷେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗରିମାର ଅଧ୍ୟକ୍ଷ ସୁନିଲ କୟାଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଙ୍କର ଜେନା ଙ୍କ ଆବାହକତ୍ବରେଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ଶିକ୍ଷାବିତ୍ ରାଜକୁମାର ମହାନ୍ତି ଓ କବି ଅଭିରାମ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହା ଅନ୍ୟ ମାନଙ୍କୁ ଅନୁପ୍ରାଣିତ କରିବ ବୋଲି କହିଥିଲେ। ଅତିଥି ଶ୍ରୀ ଦାଶ ବୃକ୍ଷରୋପଣ ର ଉପକାରିତା ଓ ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ। ସଂପାଦକ ଶ୍ରୀ ଜେନା ପ୍ରତେକ ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କ ଜନ୍ମ ଦିନରେ ଅତି କମରେ ଗୋଟିଏ ବୃକ୍ଷରୋପଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଆବଶ୍ୟକତାକୁ ଦେଖି ଦୁଇଟି ଆକ୍ବାଗାର୍ଡ ଯୋଗାଇ ଦେବାକୁ ସଂପାଦକ ଶ୍ରୀଜେନା ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଗରିମା ର ଉପଦେଷ୍ଟା ରଶ୍ମିତ ସାହାଣୀ,ଡଃ ସରିତା ମଲ୍ଲ,ସିଲି ମହାନ୍ତି,ସସ୍ମିତା ଜେନା,ପ୍ରଣତୀ ଜେନା,ଶାନ୍ତିଲତା ବାରିକ,ଶଙ୍ଖରିନା ପ୍ରଧାନ,ମମତା ଦାଶ,ଶର୍ମିଲା ରାଜଗୁରୁ, ମୋନାଲିସା ସାହୁ,ମୋନାଲିସା ଗୌଡ ଓ ଶିକ୍ଷାସଦନ ତରଫରୁ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମିନୀ ବେହେରା,ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ପାଢୀ,ସବିତା ସାମଲ,ସୁମିତ୍ରା ନାୟକ, ଗୀତାଞ୍ଜଳୀ ପରିଡା,ସୁରେଶ୍ବରୀ ପାଢୀ,ସୌଭାଗିନୀ ପରିଜା,ରୀତା ସାମଲ,ଗୀତା ଖଣ୍ଡୁଆଳ,ବିଦୁଲତା ରାଉତ, ରାଧାରାଣୀ ରାୟ,ମାଲୁଣି ଗୌଡ,ସୁବର୍ଣ୍ଣା ମହାରଣା,ପ୍ରିୟଙ୍କା ମହାରଣା,ରଶ୍ମିତା ମହାରଣା,ସରସ୍ବତୀ ମିଶ୍ର,ସୁରେଶ ପ୍ରଧାନ,ମନୋରଞ୍ଜନ ବେହେରା ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଉପଦେଷ୍ଟା ଶ୍ରୀ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଆମେରିକାରୁ ବାପାଙ୍କୁ ପୁଅ ପଠେଇ ଥିବା ଚିଠି ଟିଏ…..

କାଶିବାହାଲ ଚିତ୍ରରେଖା ସ୍କୁଲର ଉନ୍ନତି କରଣ ଓ ସମ୍ବର୍ଦ୍ଧନା ସଭା

Sunil Chandra Nayak

ବେଣୁଧର ସୂତାର  ଙ୍କ କବିତା ଭବମୟ ତୁମେ ଜଗନ୍ନାଥ

Leave a Comment

error: Content is protected !!