ଥୁଆମୂଳ ରାମପୁର :- ବଳଭଦ୍ର ବାଗଙ୍କ ରିପୋର୍ଟ – ମସୀହା କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପଣ୍ଡିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାର୍କିଗୁଡା ଗ୍ରାମଠାରେ ଟୋକିପର୍ବ ପାଳନ ହେଉଥିବାରୁ ରବିବାର ଗୁଡ଼ିଚଘା ପର୍ବ ପାଳିତ ହୋଇଯାଇଛି ।ଏହି ପର୍ବ ହେଉଛି ଆଦିମ କାଳରୁ ଆଦିବାସୀ ମାନେ ଗଣ ପର୍ବ ଭାବରେ ପାଳନ କରିଆସୁଛନ୍ତି । ଏହି ପର୍ବ ପାଳନ କଲେ ନିଜ ଜମିରେ ଶସ୍ୟ ଶ୍ୟାମଳ ହୋଇ ଅମଳ ହୁଏ ବୋଲି ପୂର୍ବରୁ ବିଶ୍ୱାସ ରହିଆସିଛି । ନିଜ ଗାଁ ମାଟିରେ ବସବାସ କରୁଥିବା ଆବାଳବୃଦ୍ଧବନିତା ସମସ୍ତେ କୌଣସି ରୋଗରେ ପୀଡିତ ନହେବା ପାଇଁ ଏହି ପର୍ବ ପାଲନ କରାଯାଉଛି । ଏହି ନିଆରା ପର୍ବକୁ ସଂମାନ ଜଣାଇ ପାଖ ପଡ଼ୋଶୀ ଗ୍ରାମ ତଥା ବନ୍ଧୁ ବାନ୍ଧବ ଲୋକମାନେ ହେଖିବାକୁ ଆସନ୍ତି । ଏହି ପର୍ବକୁ ଦେବାଦେବୀଙ୍କ ଭେଟ ଘାଟ ପର୍ବ ମଧ୍ୟ କୁହାଯାଏ । ଏହି ପାର୍କିଗୁଡା ସଦରଗୁଡି ଠାରେ ୧୪ଖଣ୍ଡ ଗ୍ରାମର ଯାନୀ ନିଜର ଦଳକୁ ଧରି ମାଟି ଦେବତା ସ୍ଥାନରେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥାନ୍ତି । ଗୁଡିଛଘା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅର୍କ କେଶରୀ ସିଂ ଦେଓ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁଧିର ପଟଯୋଶୀ ,ଅରୁଣ ଜଗରିଆ , ଆଇନଜିବୀ ସୁଶୀଲ ରାଉତ , ନବୀନ ପଣ୍ଡା , ଦୁଃଖିଶ୍ୟାମ ମାଝୀ ,ଚନ୍ଦ୍ରମଣି ନିଆଲ ସମାଜସେବୀ ବବୃ ବାହାନ ବାଗ ପ୍ରମୁଖ ଉପସ୍ଥିତ ଥିଲେ ଏହି ପର୍ବରେ ୧୪ଟି ଗ୍ରାମର ଜାନୀ ମାନେ ବରଣୀ ଧରି ଆସିଥିବା ବେଳେ, ଏକ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲେ । ଗାମ ଗୌନ୍ତିଆ ଖଗେଶ୍ୱର ଯାନୀ ଓ ପୂଜାକମିଟି ସଭାପତି ଗଙ୍ଗାରାମ ବାଗ ପ୍ରମୁଖ ସହଯୋଗ କରିଥିଲେ ।
ଗୁରମେ ବାଳ ସିଂ ମାଝୀ କାର୍ଯ୍ୟସମ୍ପାଦନ କରୁଥିବା ବେଳେ ପୁଝାରୀ ଦୁର୍ଯୋଧନ ଜାନୀ , ମୁଦ୍ରାଧରିଆ ହକି ମାଝୀ , ରପିଆ ଲିଙ୍ଗରାଜ ମାଝୀ , ରନ୍ଧନିଆ ଭାବେ ରଘୁ ନାଥ ଜାନୀ ନିୟୋଜିତ ହୋଇଥିଲେ ।
ଗୁଡ଼ି ଉପରକୁ ଚଢ଼ି ଯେଉଁ ପୂଜା କରାଯାଏ ତାହାକୁ ଗୁଡିଚଘା ବୋଲି କୁହାଯାଏ ଏଥିରେ ପ୍ରତି ଗାଁ ରୁ ଛେଳି ମେଣ୍ଡା ଧରି ବରଣୀ ଆସିଥାନ୍ତି । ନିମନ୍ତ୍ରିତ ଅତିଥି ଗ୍ରାମରେ ପ୍ରବେଶ କଲାପରେ ତାଙ୍କୁ ସ୍ବାଗତ କରାଯାଇ ଗୁଡିର ଚାରିପାର୍ଶ୍ୱ ପରିକ୍ରମା କରାଯାଇଥାଏ ଓ ଏହାପରେ ଆସିଥିବା ସମସ୍ତ ଆଘ ପାଖ ଅଂଚଳଙ୍କ ସହିତ ମିଶି ପ୍ରସାଦ ସେବନ କରିଥାନ୍ତି ।
ଶେଷରେ ଏହି ଗ୍ରାମରେ ଆସନ୍ତା ଜାନୁୟାରୀ ୧୬ ତାରିଖରେ ଟୋକିମରା ପର୍ବ ପାଳନ କରାଯିବା ନେଇ ଲଗ୍ନ ଧାର୍ଯ୍ୟ
କରିଥିବା କମିଟି ପକ୍ଷରୁ ଜଣାପଡିଛି ।