ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଆଁ ଲାଗି ଦୋକାନ ଘର ସମ୍ପୂର୍ଣ ଜଳି ଗଲା

କୋଷାଗୁମୁଡା,୦୩।୦୮ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଚିର୍ମା ଗ୍ରାମ ରେ ମଙ୍ଗଳବାର ବିଳମ୍ବିତ ରାତି ରେ ନିଆଁ ଲାଗି ଦୋକାନ ଘର ସମ୍ପୂର୍ଣ ଜଳି ଯାଇଥିଲା । ସୂଚନା ଅନୁଯାଇ ଗ୍ରାମର ହାଇଦର ଅଲୀଙ୍କ ଦୋକାନରେ ବିଳମ୍ବିତ ରାତି ରେ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁ ଦୋକାନରେ ନିଆଁ ଲାଗିଯାଇଥିଲା । ସାହିଲୋକ ନିଆଁ ଲିଭାଇବା ପାଇଁ ବହୁଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇପାରିନଥିଲେ । ଏହାପରେ କୋଷାଗୁମୁଡା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ l ଅଗ୍ନିଶମ ଆସି ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦୋକାନଟି ସମ୍ପୂର୍ଣ ପୋଡିଯାଇଥିଲା । ଦୋକାନରୁ ପାଞ୍ଚ ଲକ୍ଷ ଟଙ୍କାର ଜିନିଷ ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି ।

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ମୟୂରଭଞ୍ଜ ପୂର୍ବତନ ସାଂସଦ ତଥା ଆଦିବାସୀ ସେଙ୍ଗେଲ ଅଭିଯାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଲଖାନ ମୁର୍ମୁଙ୍କ ରାଇରଙ୍ଗପୁର ସ୍ଵସ୍ତି ପାଲାସ ହୋଟେଲରେ ଖବରଦାତା ସମ୍ମିଳନୀ

Sunil Chandra Nayak

ବୀର ବାଜି ରାଉତ ସେନା ପକ୍ଷରୁ ସଂଗ୍ରାମୀ ବାଜି ରାଉତ ଙ୍କ ୯୬ ତମ ଜୟନ୍ତୀ ପାଳିତ

Sunil Chandra Nayak

ଗଣମାଧ୍ୟମ ପଞ୍ଜିକରଣ ଆଇନ ପରିସରଭୂକ୍ତ ହେଲା ଡିଜିଟାଲ ମିଡିଆ

Sunil Chandra Nayak

Leave a Comment

error: Content is protected !!