ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

କାଳିଆ ସୁନ୍ଦର ବଳିଆ ସୁନ୍ଦର
     ସୁନ୍ଦର ସୁଭଦ୍ରା ଭଗ୍ନୀ
ବର୍ଷକରେ ଥରେ ମାଉସୀ ଘରକୁ
   ଯାଉଛି ତୃପ୍ତି ବୁଲାଣୀ।
ଏଇ ପରି ଦୃଶ୍ୟ ଭକ୍ତ ଜନ ବନ୍ଧୁ
  ଦେଖି ହୁଅନ୍ତି ସନ୍ତୋଷ
ମାଉସୀ ଘରକୁ ଆସିଥିଲେ ପ୍ରଭୁ
    ମନରେ ଭରୁଛି ରସ।
ମାଉସୀ ହାତରେ ରନ୍ଧା ଖାଦ୍ୟ ତାଙ୍କୁ
    ତୃପ୍ତି ଲାଗେ ଶାନ୍ତି ପ୍ରୀତି
ସେନେହ ଡୋରିରେ ଭକ୍ତି ସବୁ ଅଛି
    ପାହାଡ଼ ପରି ସଂସ୍କୃତି।
ମାଉସୀ ବାଡିରୁ ଶ୍ରୀମନ୍ଦିର ଦ୍ବାର
        ଅଳପ ଅଳପ ଦିଶ
ରଥରେ ଫେରୁଛ ଭକ୍ତ ହରି ବୋଲ
     ଦୃଶ୍ୟରେ ମୁରୁକି ହସ।
ହାତ ଯୋଡ଼ି ପ୍ରଭୁ ଘେନ ନମସ୍କାର
       ଆଶା ରଖିଛୁ ଚରଣ
ସବୁ କଥା ବୁଝ ସବୁ ବେଳେ ବୁଝ     
      ପ୍ରଭୁ ତୁମେ ନାରାୟଣ ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ବାଲ୍ଯବିବାହ ଏକ ସାମାଜିକ କଳଙ୍କ, ଏହାକୁ ନେଇ ଏକ ସଚେତନ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଜୁନାଗଡ ରେଲୱେ ଷ୍ଟେସନରେ ମକା ପରିବହନରେ ବ୍ୟାପକ ହେରାଫେରି,  ରେଲୱେ ଫୋର୍ସ ଙ୍କ ଧମକ ଅଭିଯୋଗ 

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କବିତା ,ବନିତା ,ଲତା

Sunil Chandra Nayak

Leave a Comment

error: Content is protected !!