ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଧାୟକ ଙ୍କ ଦ୍ଵାରା ଖାତିଗୁଡା କୁମ୍ଭାର ଶାଳ ମରାମତି ପ୍ରକଳ୍ପ ନିମନ୍ତେ ଶୁଭ 

ତେନ୍ତୁଳିଖୁଣ୍ଟି: 05 /08/22  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗ ପଦର ପଂଚାୟତ ଅନ୍ତର୍ଗତ ଖାତିଗୁଡା କୁମ୍ଭାର ଶାଳ ମରାମତି ନିମନ୍ତେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନବରଙ୍ଗପୁର ପାଞ୍ଚ ବାର୍ଷିକ ଯୋଜନାରେ 10 ଲକ୍ଷ ଟଙ୍କା ଅନୁଦାନ ଦେଇଛି। ଏହା ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ ଦ୍ବାରା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ କୁ ସରପଞ୍ଚ ବନ୍ଦିତା ନାୟକ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ମରାମତି ପାଇଁ ଆସିଥିବା ପ୍ରକଳ୍ପ ର ଶୁଭ ବିଧାୟକ ସଦାଶିବ ପ୍ରଧାନୀ ଦେଇଥିଲେ।ବିଧାୟକ ସଦାଶିବ ପ୍ରଧାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ତେନ୍ତୁଳିଖୁଣ୍ଟି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାଗ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଦା ଜାନୀ, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା, ସମିତି ସଭ୍ୟ ସୁଧୀର ଖୁରା, ସମିତି ସଭ୍ୟା ସୁକାନ୍ତି ମହାନ୍ତି, ପ୍ରଶାନ୍ତ ମହାନ୍ତି ,ଯୁବ ନେତା ବାବୁନି ନାୟକ, ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷ ନିଲେନ୍ଦ୍ରୀ ନାୟକ, ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ, ଯୁବ ନେତା ତିର ନାଗ ପ୍ରମୁଖ ଉପସ୍ଥିତ ଥିଲେ ,ବିଧାୟକ ଙ୍କୁ ଇନ୍ଦ୍ରାବତୀ ଯୁବ କ୍ରୀଡା ସଂଗଠନ ଇନ୍ଦ୍ରାବତୀ ଅଫିସର ସ କ୍ଲବ କୁ ଜିଲ୍ଲା କ୍ରୀଡା ବିଭାଗ କୁ ହସ୍ତାନ୍ତର କରିବା ପାଇଁ ନିବେଦନ କରିଥିଲେ। ଇନ୍ଦ୍ରାବତୀ ରୁ ଗୋଟିଏ ଗୋଟିଏ ବିଭାଗ ଉଠି ଯାଉଥିବା ବେଳେ ଇଣ୍ଡୋର ବ୍ୟାଡମିଣ୍ଟନ ଅଭ୍ୟାସ ପାଇଁ ବ୍ୟବହୃତ କ୍ଲବ ଅନ୍ୟ କେଉଁ ବିଭାଗ କୁ ହସ୍ତାନ୍ତର ପୂର୍ବରୁ ଜିଲ୍ଲା କ୍ରୀଡା ବିଭାଗ କୁ ହସ୍ତାନ୍ତର କରାଯାଉ ବୋଲି ନିବେଦନ କରିଥିଲେ। ବିଧାୟକ ଏହାର ମରାମତି ପାଇଁ ତିନି ଲକ୍ଷ ଟଙ୍କା ର ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।।

ତେନ୍ତୁଳିଖୁଣ୍ଟି ରୁ ଗୋବର୍ଦ୍ଧନ ସାହୁ ଙ୍କ ରିପୋର୍ଟ 

Related posts

ମର୍ମନ୍ତୁଦ ସଡକ ଦୁର୍ଘଟଣା

Sunil Chandra Nayak

ପାଳିତ ହେଲା ଐତିହସିକ ପୋଡାଗଡ ଦଶହରା 

Sunil Chandra Nayak

କଳାହାଣ୍ଡି ଓକିଲ ସଂଘ ର ସୁବ୍ରତ ସଭାପତି ଏବଂ ଅଶ୍ୱିନୀ ସମ୍ପାଦକ ରୂପେ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!