ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମୂହିକ ରକ୍ଷା ବନ୍ଧନ ନିମନ୍ତେ ପ୍ରଜ୍ଞା ବାହିନୀର ପ୍ରସ୍ତୁତି ବୈଠକ

ଭବାନୀପାଟଣା,୬/୮: ବ୍ରାହ୍ମଣ ସମାଜ କଳାହାଣ୍ଡିର ମହିଳା ଶାଖା ପ୍ରଜ୍ଞା ବାହିନୀ ପକ୍ଷରୁ ଆସନ୍ତା ୧୧ ତାରିଖ ଦିନ ସାମୂହିକ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଶନିବାର ଅପରାହ୍ନ ୪ ଟାରେ ସ୍ଥାନୀୟ କଳାହାଣ୍ଡି ଲେଖକ କଳା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଜ୍ଞା ବାହିନୀ ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ଉପସଭାପତି ଜନାର୍ଦ୍ଦନ ପଣ୍ଡା, ସାଧାରଣ ସମ୍ପାଦକ ସତ୍ୟନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା ଅତିଥି ଭାବରେ ଯୋଗଦେଇଥିଲେ। ଆସନ୍ତା ୧୧ ତାରିଖ ଅପରାହ୍ନ ୪ଟାରେ ଲେଖକ କଳା ପରିଷଦ ପରିଷରରେ ପ୍ରଜ୍ଞା ବାହିନୀ ପକ୍ଷରୁ ସାମୂହିକ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ବୈଠକରେ ସ୍ଥିର କରାଗଲା। ଏଥିରେ ପ୍ରଜ୍ଞା ବାହିନୀର ସଦସ୍ୟା ମାନେ ଉପସ୍ଥିତ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିବେ ଓ ଏକ ସଭା ଆୟୋଜିତ ହେବ। ଏଥିରେ ମହିଳା ଓ ଯୁବତୀ ସଦସ୍ୟା ମାନଙ୍କ ଦ୍ଵାରା କବିତା ଆବୃତ୍ତି, ଗଳ୍ପ କଥନ, ଭଜନ ପରିବେଷଣ, ସ୍ତୋସ୍ତ୍ର ପାଠ ଆଦି ପରିବେଷିତ ହେବ। ଏହି ଅବସରରେ ପ୍ରଜ୍ଞା ବାହିନୀର ଏକ ସାତ ଜଣିଆ ଭବାନୀପାଟଣା ନଗର ସଂଯୋଜିକା ମଣ୍ଡଳୀ ଗଠିତ ହୋଇଥିଲା। ଶ୍ରୀମତୀ ପ୍ରମିଳା ମିଶ୍ର,ସୁଦେସ୍ନା ପଣ୍ଡା, ସୁରମା ପଣ୍ଡା, ଅନୁପମା ମହାପାତ୍ର, କବିତା ମୁଣ୍ଡ, ସୁରଲତା ପାତ୍ର ଓ ନମିତା ପାଣିଗ୍ରାହୀ ଙ୍କୁ ପ୍ରଜ୍ଞା ବାହିନୀ ଭବାନୀପାଟଣା ନଗର ସଂଯୋଜିକା ମଣ୍ଡଳୀର ସଦସ୍ୟା ଭାବରେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ସଦସ୍ୟା ସୁଦେସ୍ନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଭବାନୀପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ 

Related posts

ପ୍ରଗତି ଉତ୍କଳ ସଂଘର ବର୍ଷା ସାହିତ୍ୟ ଆସର

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ବିଳାସର ସାଥି, ବିନାଶକୁ ଗତି

Sunil Chandra Nayak

ଚିଚିଆ ଗ୍ରାମ ପଞ୍ଚାୟତରେ ଜଳଛତ୍ରର ଅଭାବ

Sunil Chandra Nayak

Leave a Comment

error: Content is protected !!