ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଳାମୁଣ୍ଡା ବ୍ଲକରେ ପଦାରେ ପଡିଛି ସର୍ବଶିକ୍ଷା ଅଭିଯାନର ଅସଲ ଚିତ୍ର

ମକ୍ରାଗୁଡା ସ୍କୁଲରେ ଶ୍ରେଣୀ ଗୃହ ଅଭାବ, ହସ୍ତାନ୍ତର ନ ହୋଇ ଭଗ୍ନ ଅବସ୍ଥାକୁ ଗଲାଣି ନିର୍ମାଣ ହୋଇଥିବା ନୂଆ ସ୍କୁଲ ଗୃହ

ଗୋଲାମୁଣ୍ଡା,ତା.୦୭/୦୮/ମସିହା/ ଗୋଲାମୁଣ୍ଡା ବ୍ଲକ ଏକ ଅନୁନ୍ନତ ବ୍ଲକ କୁ ବିକାଶ ପାଇଁ ଅନେକ ଅର୍ଥ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ହେଉଛି ଓ ନେତା ମନ୍ତ୍ରୀ ମାନେ ଗୋଳାମୁଣ୍ଡା କୁ ବିକାଶ ହେଉଛି ବୋଲି ଡିଣ୍ଡିମି ପିଟୁ ଥିବା  ବେଳେ ଏବେ ତାହାର ଅସଲ  ଦୃଶ୍ୟ ଦେଖିବାକୁ ମିଳିଛି, ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ପଞ୍ଚାୟତର ମକ୍ରାଗୁଡା ପ୍ରାଥମିକ ବିଦ୍ୟାଳୟର ଅସଲ ଚିତ୍ର, ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୧୧୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହି ସ୍କୁଲ ଏବେ ଦୟନୀୟ ଅବସ୍ଥାରେ ଅଛି । ନା ଅଛି ଶ୍ରେଣୀ ଗୃହ, ନା ଅଛି ପିଲା ଖେଳିବା ପାଇଁ ଜାଗା । ଶ୍ରେଣୀ ଗୃହ ଅଭାବ ଯୋଗୁଁ ଗୋଟିଏ କୋଠରୀରେ ପ୍ରଥମରୁ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କୁ ଦୁଇ ଜଣ ଶିକ୍ଷୟତ୍ରୀ ଗୋଟିଏ ବ୍ଲାକବୋଡରେ ଶିକ୍ଷା ଦାନ ଦେଉଥିବା ଚିତ୍ର ଦେଖି ପାରିବେ, ଆଉ ଏକ ଶ୍ରେଣୀ ଗୃହ ରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ,କିଭଳି ସର୍ବ ଶିକ୍ଷା ଅଭିଯାନର ଶିକ୍ଷା ଛାତ୍ର ଛାତ୍ରୀ ଲାଭ କରୁଛନ୍ତି ସିଆରସି, ବିଇଓ ଓ ପ୍ରଶାସନ ପକ୍ଷରୁ ଅନୁମେୟ କରନ୍ତୁ, ପୁଣି ସ୍କୁଲ ରେ ଜାଗା ନ ଥିବାରୁ ଅଫିସ କୋଠାରେ ଚାଉଳ,ଗ୍ୟାସ ,ହଣ୍ଡା ସମେତ ବିଭିନ୍ନ ସାମଗ୍ରୀ ରଖା ଯାଉଛି । ଏହି ବିଦ୍ୟାଳୟ ପରିସରରେ ଗତ କିଛି ବର୍ଷ ତଳେ ଏକ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିଲା । ହେଲେ ସେହି ନିର୍ମାଣ ହୋଇଥିବା ଶ୍ରେଣୀ ଗୃହ ଆଜି ପର୍ଯ୍ୟନ୍ତ ସ୍କୁଲକୁ ହସ୍ତାନ୍ତର ହୋଇନାହିଁ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିଲେ ସୁଦ୍ଧା ନିମ୍ନ ମାନର କାମ ହୋଇଥିବା ଯୋଗୁଁ ଏହି ଛାତରେ ପାଣି ଗଲୁଛି । ବର୍ତ୍ତମାନ ଏହି କୋଠା ଭୁଶୁଡିବା ଅବସ୍ଥାରେ ଥିବା ବେଳେ ନିର୍ମାଣହେଲା ଦିନ ଠାରୁ ଏହି କୋଠାରେ କେବେବି ଛାତ୍ରଛାତ୍ରୀ ବସି ନାହାନ୍ତି । ବର୍ତ୍ତମାନ ଏହି କୋଠା ଏବେ ମଦୁଆଙ୍କ ଆଡ୍ଡା ସ୍ଥଳି ପାଲଟିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଶିକ୍ଷକରୁ ଠିକାଦାର ସାଜିଥିବା       ଜୈନକ ବ୍ୟକ୍ତି  ଏହି ସ୍କୁଲ ଗୃହ ନିର୍ମାଣ କରିଥିଲେ । ଗ୍ରାମବାସୀ ଅଭିଯୋଗ କଲେ ସଂପୃକ୍ତ ଦୁର୍ନୀତି ଖୋର ଶିକ୍ଷକ ଧମକ ଚମକ ଦେଉଥିବା ମଧ୍ୟ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ,ନିମ୍ନ ମାନର ସ୍କୁଲ ଗୃହ ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଶିକ୍ଷକଙ୍କୁ କାହିଁକି ଅନୁକମ୍ପା ଦେଖାଉଛନ୍ତି ପ୍ରଶାସନ ନା ପ୍ରଶାସନର ହାତବାରିସିରେ ଏହି ସ୍କୁଲ ଗୃହ ନିର୍ମାଣ କାମ ହୋଇଛି । ତେଣୁ ତୁରନ୍ତ ଏହି ବିଦ୍ୟାଳୟ ପରିସରରେ ଭଗ୍ନ ଅବସ୍ଥାରେ ଥିବା ଶ୍ରେଣୀ ଗୃହକୁ ଭାଙ୍ଗି ନୂତନ ଶ୍ରେଣୀ ଗୃହ ନିର୍ମାଣ କରିବା ସହ ନିମ୍ନ ମାନର ସ୍କୁଲ ଗୃହ ନିର୍ମାଣ କରି ହସ୍ତାନ୍ତର କରିନଥିବା ଶିକ୍ଷକ  ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହୋଇଛି ।ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ନିର୍ଭୀକ ଓ ନିରପେକ୍ଷ ପ୍ରଗତିଶୀଳ ମସିହା,

Related posts

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଲୁହରେ ଲେଖୁଛି ଚିଠି 

Sunil Chandra Nayak

କୃପାସିନ୍ଧୁ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

Sunil Chandra Nayak

ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା – ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କଲା ରାଇଘର ସାମ୍ବାଦିକ ସଂଘ  

Sunil Chandra Nayak

Leave a Comment

error: Content is protected !!