ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲାଜି ସେଠୀ ଙ୍କ କବିତା ମେଘ ଡଗର 

     ମେଘ ଡଗର 

         ବାଲାଜି ସେଠୀ

       
ଯାଆ ରେ ମେଘ ତୁ ଯାଆ,,,
ସପନ ଦେଶର ମୋ ପ୍ରିୟାର ଘର,
ଅଗଣା ଭିଜେଇ ଆ’,,,।୦।
ଝରକା ସେପାଖେ ଓଦା ପଲକରେ
ଚାହିଁଥିବ, ତାକୁ ଦେବୁ ବାରତା
କହିବୁ ବୁଝାଇ ଅନ୍ଧାର ଘୋଟିଲେ
ଦେହରୁ ଛାଇ କି ହୁଏ ଅଲଗା (!)
ତା ବିନା ତା ସ୍ମୃତି ମୋର
ବଞ୍ଚିବା ରାହା,,,
ଯାଆ ରେ ମେଘ ତୁ ଯାଆ,,, ।୧।
ରହି ରହି ଟିକେ ବରଷୁଥିବୁ ତୁ
ଭିଜେଇବୁ ଅଳ୍ପ ତାର ଓଢଣୀ
ସେ ଓଢଣୀ ତଳେ ଲୁଚିଛି ଚନ୍ଦ୍ରମା
ପ୍ରୀତି ରାଇଜର ରାଜ ଦୁଲ୍ଲଣୀ
ହୃଦୟେ ବତାସ ଝଡ଼ 
ବିରହ ବାଆ,,,
ଯାଆ ରେ ମେଘ ତୁ ଯାଆ,,, ।୨।
ଭିଜେଇବୁ ନାହିଁ ତା ଅଙ୍ଗର କିଛି
ଭିଜିବା ଆଗରୁ ଭିଜି ସାରିଛି
ଇନ୍ଦ୍ରଧନୁ ଦେଖି ତାଜା ହେବ ସ୍ମୃତି
ଘଡଘଡି ଶୁଣି ଥରିବ ଛାତି
ଭିଜା ମନ ମାଟି ତଳୁ
ଉଠିବ ଧୂଆଁ,,,,,
ଯାଆ ରେ ମେଘ ତୁ ଯାଆ,,, ।୩।
ତା ମନ ବୁଝିବା ନୁହଁଇ ସହଜ
ଭାରି ଅଭିମାନୀ ପ୍ରେମିକା ମୋର
ମନ ମାନିଥିଲେ ଅଭିସାରିକା ସେ
ମନ ଉଣା ହେଲେ ନୁହେଁ କାହାର
ଆଖି ଲୁହରେ ଜିଣିବ
ସାରା ଦୁନିଆ,,, 
ଯାଆ ରେ ମେଘ ତୁ ଯାଆ,,, ।୪।
ସପନ ଦେଶକୁ ଆଖି ମୋ ପାଉନି
ବେଡି ପଡିଛି ମୋ ହାତ ଗୋଡ଼ର
ଫୁଲ ସଵାରୀକୁ ପଠାଇ ପାରୁନି
ବାରତା ନେଉଛୁ “ମେଘ ଡଗର”
ବାହୁଡା ବାରତା ଧରି
ବାହୁଡ଼ି ଆ’,,,,
ଯାଆ ରେ ମେଘ ତୁ ଯାଆ
ସପନ ଦେଶର ମୋ ପ୍ରିୟାର ଘର
ଅଗଣା ଭିଜେଇ ଆ’,,, ।୫।
ଚିତ୍ରକୋଣ୍ଡା, ମାଲକାନଗିରି

Related posts

ମା ସର୍ବମଙ୍ଗଳାଙ୍କ ଛତର ଯାତ୍ରା , ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମା 

Sunil Chandra Nayak

ଶୌଚ ହେବା କୁ ନଦୀ କୁ ଯାଇ ପାଣି ରେ ପଡି ବୃଦ୍ଧ ମୃତ

Sunil Chandra Nayak

କୋରୋମଣ୍ଡଳ ଇଣ୍ଟରନେସନାଲ ଲିମିଟେଡ ପକ୍ଷରୁ ଲକି ଡ୍ର ର କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!