ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ତୁମକୁ

        ତୁମକୁ 

ଭୁଲି ମୁଁ ପାରିନି କେବେ
             ଜୀବନେ ତୁମକୁ
ଦେଖିଦେଲେ ତୋତେ ଥରେ 
              ଝରାଏ ଲୁହକୁ
ମନକଥା କେବେହେଲେ 
               କହିନି କାହାକୁ
ଭୁଲି ମୁଁ ପାରିନି କେବେ ………….୧ 
ମଥାମୋର ତୁମପାଇଁ 
               ଖାଲିତ ରହିଲା
ତୁମ କଥା ଭାବି ମୋର
               ଜୀବନ କଟିଲା
ତୁମ ବିନା ହୃଦୟକୁ 
              ଦେବିନି କାହାକୁ
ଭୁଲି ମୁଁ ପାରିନି କେବେ ………….୨ 
ଜୀବନରେ କେବେ ଦିନେ
                ମାଗିନାହିଁ କିଛି
ହୃଦୟ କୁ  କେବେଠାରୁ 
                 ତୁମକୁ ଦେଇଛି
ତୋହାତ ସିନ୍ଦୂର କେବେ 
                 ଦେବୁ ମୋ ମଥାକୁ
ଭୁଲି ମୁଁ ପାରିନି କେବେ
             ଜୀବନେ ତୁମକୁ……….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

କୋକସରା ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଅଧିବାସ ଓ ବିଲ୍ଵବରଣ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

କାଶିବାହଲ ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!