ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ତୁମକୁ

        ତୁମକୁ 

ଭୁଲି ମୁଁ ପାରିନି କେବେ
             ଜୀବନେ ତୁମକୁ
ଦେଖିଦେଲେ ତୋତେ ଥରେ 
              ଝରାଏ ଲୁହକୁ
ମନକଥା କେବେହେଲେ 
               କହିନି କାହାକୁ
ଭୁଲି ମୁଁ ପାରିନି କେବେ ………….୧ 
ମଥାମୋର ତୁମପାଇଁ 
               ଖାଲିତ ରହିଲା
ତୁମ କଥା ଭାବି ମୋର
               ଜୀବନ କଟିଲା
ତୁମ ବିନା ହୃଦୟକୁ 
              ଦେବିନି କାହାକୁ
ଭୁଲି ମୁଁ ପାରିନି କେବେ ………….୨ 
ଜୀବନରେ କେବେ ଦିନେ
                ମାଗିନାହିଁ କିଛି
ହୃଦୟ କୁ  କେବେଠାରୁ 
                 ତୁମକୁ ଦେଇଛି
ତୋହାତ ସିନ୍ଦୂର କେବେ 
                 ଦେବୁ ମୋ ମଥାକୁ
ଭୁଲି ମୁଁ ପାରିନି କେବେ
             ଜୀବନେ ତୁମକୁ……….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ଶ୍ରୀମଦ୍ ଭଗବତ୍ ଗୀତାର ଚତୁର୍ଦ୍ଦଶ ଅଧ୍ଯାୟର ସାରକଥା-୧୪

ଢେଙ୍କାନାଳ ସଚେତନ ନାଗରିକ ଫୋରମ ମହିଳା ଶାଖା ପକ୍ଷରୁ ମହାତ୍ମାଗାନ୍ଧୀ ତଥା ଲାଲ ବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ

Sunil Chandra Nayak

ରାଇଘର ମଦ,ସଟ୍ଟା ଓ ଖୁଡୁଖୁଡି ଜୁଆରେ ସାମିଲ୍ ଯୁବପିଢି 

Sunil Chandra Nayak

Leave a Comment

error: Content is protected !!