ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଙ୍କ କବିତା ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ

ଚନ୍ଦ୍ରକଳା କୋରାପୁଟ 

ଯୁଗେ ଯୁଗେ ପ୍ରଭୁ ଧର୍ମ ରକ୍ଷା ପାଇଁ 
ଜନମନ୍ତି ମର୍ତ୍ତ୍ୟପୁର, 
ଦୁଷ୍ଟ ନାଶି ପ୍ରଭୁ ସନ୍ଥ ପାଳିବାକୁ 
ନେଇଥାନ୍ତି ଅବତାର ||
କେତେ ପୁଣ୍ୟ କରିଥିଲେ ଦେବକୀଯେ 
ପ୍ରଭୁଙ୍କୁ କୋଳେ ଧରିଲେ, 
ଧନ୍ୟ ଦେବକୀ ମା’ ଧନ୍ୟ ବସୁଦେବ 
ପ୍ରଭୁ ସାନ୍ନିଧ୍ୟ ଲଭିଲେ ||
ଭାଦ୍ରବର କୃଷ୍ଣ ଅଷ୍ଟମୀ ନିଶା6ର୍ଦ୍ଧ 
କଂସ ବନ୍ଦୀଶା6ଳ ଜନ୍ମ, 
ରୋହିଣୀ ନକ୍ଷତ୍ର ବୃଷ ଲଗନରେ 
ଜନ୍ମି ଥିଲେ ନାରାୟଣ ||
ପ୍ରଭୁ ଜନ୍ମ ମାତ୍ରେ ହଟିଲା ଅନ୍ଧାର 
ବନ୍ଦୀ ଗୃହ ଆଲୋକିତ, 
ମାୟାରେ ମୋହିତ ହୋଇଲେ ସରବେ 
ଦେବକୀ ଯେ ମୂର୍ଚ୍ଛ|ଗତ ||
ଛିନ୍ନ ହେଲା ବନ୍ଦୀ ଗୃହର ଶିଙ୍କୁଳି
ରୁଦ୍ଧଦ୍ୱାର ଖୋଲିଗଲେ, 
ପ୍ରଭୁଙ୍କ ନିର୍ଦ୍ଦେଶେ ପିତା ବସୁଦେବ 
ସେହିପରି ସବୁ କଲେ ||
ଭଦ୍ର ମାସ କୃଷ୍ଣ ଅଷ୍ଟମୀ ସେଦିନ 
ଚାରି ମେଘ ଏକ ହେଲେ 
ଘନ ଘୋର ବୃଷ୍ଟି ଅନ୍ଧକାର ରାତ୍ରୀ 
ଗୋପ ନଗ୍ରୁ ବାହାରିଲେ ||
ଟୋକେଇ ଭରି ପ୍ରଭୁ ଶ୍ରୀ କୃଷ୍ଣଙ୍କୁ 
ମୁଣ୍ଡରେ ମୁଣ୍ଡାଇ ନେଇ, 
ମଥୁରାରୁ ବସୁଦେବ ଗୋପଯାତ୍ରା 
ଆନନ୍ଦ ମନେ କରଇ ||
ନ ଥିଲା ତାଙ୍କର ବର୍ଷାକୁ ଖାତିରି 
ଅନ୍ଧକାରକୁ ଯେ ପୁଣି, 
ସ୍ୱୟଂ ନାରାୟଣ ମୁଣ୍ଡରେ ଯାହାର 
ତାକୁ କିବା ଭୟ ପୁଣି ||
ପଥରେ ତାଙ୍କର ପଥରୁଦ୍ଧ କଲେ 
ଉଗ୍ରସେନ ସେନାପତି,  
ଶଙ୍ଖ, ଚକ୍ରଧାରୀ ପ୍ରଭୁ ରୂପ ଦେଖି 
ସ୍ତମ୍ଭିଭୂତ ସ୍ଥିର ମତି ||
ସେଠାରୁ ଆଗକୁ ବାସୁଦେବ ଗଲେ 
ଯମୁନା ନଦୀ ଉଛୁ6ଳ, 
ପ୍ରଭୁ ଆଜ୍ଞା ମାତ୍ରେ ଦୁଇ ଭାଗ ହେଲା 
ବାସୁଦେବ ଚାଲିଗଲେ ||
ଟୋକେଇରେ ଥିବା ପରମ ବ୍ରହ୍ମଙ୍କୁ 
ବାସୁକୀ ନାଗ ଯେ ପୁଣି 
ଛତ୍ର ପ୍ରାୟ ସିଏ. ଢାଙ୍କି ରହିଥାଏ 
ଜଗତର ଶିରୋମଣୀ ||
ମାୟାଧାରୀ ସିଏ ମାୟା ଆଚରନ୍ତି 
ସଂସାର ସୃଷ୍ଟି ଯାହାର, 
ମାୟା ବଳେ ବଶ ହୋଇ ବାସୁଦେବ 
ପହଁଚିଲେ ନନ୍ଦ ଘର ||
ମାୟାର ନିଦ୍ରାରେ ଶୋଇଲେ ଯଶୋଦା
ବିଜୁଳି କନ୍ୟା ଜନମି, 
ଯଶୋଦା ସମୀପେ ଶ୍ରୀ କୃଷ୍ଣଙ୍କୁ ରଖି 
ବିଜୁଳିକୁ ଗମେ ଆଣି ||
ଗୋପରୁ ମଥୁରା ବିଜୁଳିକୁ ଆଣି 
ପହଁଚିଲେ ବନ୍ଦୀ ଘରେ, 
ଦେବକୀଙ୍କ କୋଳେ ବିଜୁଳିକୁ ରଖି 
ଅଶ୍ୱସ୍ତି ସିଏ ଲଭିଲେ ||
ପୂର୍ବ ପରକାରେ ବନ୍ଦୀ ଗୃହ ପୁଣି 
ରୁଦ୍ଧ ହୋଇଣ ଯେ ଗଲେ, 
କର୍ମଚାରୀ ମାନେ ମୋହ ତ୍ୟାଗ କରି 
ଚେଇଁଣ ଉଠିଣ ଥିଲେ ||
କୁଆଁ କୁଆଁ ରାବ ଶୁଣି ବନ୍ଦୀ ଘରେ 
କଂସ ରାଜାଙ୍କୁ କହିଲେ, 
ଦେବକୀ ଅଷ୍ଟମ ଗରଭ ସନ୍ତାନ 
ଜନ୍ମି ଅଛି ଆଜି ଭଲେ ||
ଦୂରାଚାରୀ କଂସ ଦୂର୍ମତି ତା’ବୁଦ୍ଧି 
ବନ୍ଦୀ ଶା6ଳ ପହଁଚିଲେ, 
ଦେବକୀ ଅଷ୍ଟମ ସନ୍ତାନକୁ ନେଇ 
ମାରିବାକୁ ତାକୁ ଗଲେ ||
କଂସ ହାତରୁ ଖସି ଯାଇ ଶୂ6ନ୍ୟ 
କଂସକୁ ଚେତାଇ ଦେଲେ, 
ତୋତେଯେ ମାରିବ ଗୋପେ ବଢୁଅଛି 
ଜାଣି ଥାଅ ତୁହି ଭଲେ ||
କୃଷ୍ଣଙ୍କୁ ପାଇଣ ନନ୍ଦ ଯଶୋଦା ଯେ 
ଅତ୍ୟନ୍ତ ବିଭୋର ହୋଇ, 
ନନ୍ଦ ଘରେ ବଡ଼ ମହୋତ୍ସବ କଲେ 
ଗୋପୀ ଗୋପାଙ୍ଗନା ନେଇ ||
ସବୁ ଲୀଳା ଖେଳା ଲୀଳାମୟ ଙ୍କର 
କିଏ ତା’ କରିବ ଆନ, 
ମଧୁ ପୁରେ ଜନ୍ମି କଂସର ନିଧନେ 
ଗୋ6ପ ଗଲେ ଭଗବାନ ||
ଧର୍ମ ସଂସ୍ଥାପ6ନ ପାପର ବିନା6ଶ 
ନର ଅବତାର ହେଲେ, 
ଚାଣୁର,ମୁଷ୍ଟିକ,ବକା, ଆଘା, 6ବ୍ୟ|ମ
କଂସ,ପୁତନା,ଅଷ୍ଟ ମ6ଲ୍ଲ, 
ସମସ୍ତଙ୍କୁ ମାରି ଧରଣୀ ବକ୍ଷରୁ  
ଜଗତ ଉଦ୍ଧାର କଲେ ||

Related posts

ଶୈଲଙ୍ଗର ବ୍ୟବସାୟୀ ଶ୍ୟାମସୁନ୍ଦର ସାହୁ ଙ୍କ ପରଲୋକ

Sunil Chandra Nayak

ରାଜପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମ।ଷ୍ଟମୀ ପାଳିତ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଏବଂ ସମାଧାନ ଶିବିର

Sunil Chandra Nayak

Leave a Comment

error: Content is protected !!