Uncategorizedତୃପ୍ତି ରାଣୀ ପାତ୍ର ଙ୍କ କବିତା ଅଭୁଲା ସ୍ମୃତି by Sunil Chandra NayakAugust 24, 2022August 24, 2022088 Share2 ଅଭୁଲା ସ୍ମୃତି ତୃପ୍ତି ରାଣୀ ପାତ୍ର ଜୀବନ ସାଗରେ ଭାସମାନ ନୈାକା ଭାସିବାକୁ ମନେ ଆଶା ମୃଗତୃଷ୍ଣା ସାଜି ସେ ଅଭିସାରିକା ମେଣ୍ଟିଥାଏ ମନ ତୃଷା । ମରୁ ମରିଚିକା ପଛେ ଧାଇଁ ଥିଲି ତୁମେ ଏକା ସାହା ହେଲ ବିଫଳତା ମଧ୍ୟେ ସଫଳ ଲଭିଲି ଅନ୍ତରେ ସାହସ ଦେଲ । ବିଗତ ଦିନର ସତମିଛ ପ୍ରୀତି ବନ୍ଧୁ ବାନ୍ଧବୀଙ୍କ କଥା ମନେ ପଡିଯାଏ ସେ ଅଭୁଲା ସ୍ମୃତି ହୃଦ ମନେ ଭରେ ବ୍ୟଥା । ସେଦିନର ସେହି ଅଭୁଲା ମୂହୁର୍ତ୍ତ ହୃଦେ କରେ ଆନ୍ଦୋଳନ ଗୋପନରେ ନିତି ସ୍ମରେ ତୁମ ସର୍ତ୍ତ ନିମିଷକେ କଲ ଛିନ୍ନ । ସେଦିନର ସେହି ସଜୀବ ବୃକ୍ଷଟା ମୂକ ସାକ୍ଷୀ ସେହି ସ୍ଥାନେ ଶରତ ଋତୁର ଗଙ୍ଗଶିଉଳିଟା ଚାହିଁ ଥିଲା ଯେ ମଉନେ । ସୁବାସ ଅତର ମହକାଇ ଦେଇ ହୃଦୟକୁ ଦେଲା ଛୁଇଁ କ୍ଷଣକେ ସୈାରଭ ଦିଅଇ ବିତରି ସୃଷ୍ଟିର ଗୈାରବ ପାଇଁ । ସହଦେବଖୁଣ୍ଟା ,ବାଲେଶ୍ଵର