Uncategorizedପ୍ରତିମା ଶତପଥି ଙ୍କ କବିତା ଶଙ୍ଖା ସିନ୍ଦୁର by Sunil Chandra NayakAugust 24, 20220249 Share1 ଶଙ୍ଖା ସିନ୍ଦୁର ପ୍ରତିମା ଶତପଥି ଶଙ୍ଖା ଓ ସିନ୍ଦୁର ସବୁଠାରୁ ଶ୍ରେଷ୍ଠ ଭୂଷଣ ଅଟେ ନାରୀର ବାହାଘର ବେଳେ ଝିଅଟି ବେଦୀରେ ପିନ୍ଧଇ ଶଙ୍ଖା , ସିନ୍ଦୁର. ଶଙ୍ଖା ଓ ସିନ୍ଦୁର ପିନ୍ଧିଲେ ଝିଅଟି ବଦଳେ ତା ପରିଚୟ କନ୍ୟା ରୁ ସିଏ ନବବଧୂ ହୋଇ ଛାଡ଼ିଯାଏ ପିତ୍ରା ଳୟ. ନୂଆ ଘର ତାର ହୁଅଇ ନିଜର ବାପଘର ହୁଏ ପର ପର ଲୋକ ମାନେ ହୁଅନ୍ତି ଆପଣା ପିନ୍ଧିଲେ, ଶଙ୍ଖା, ସିନ୍ଦୁର. ନାରୀ ପାଖେ ଆଉ କିଛି ବି ନ ଥାଉ ଥିଲେ ତା ଶଙ୍ଖା ସିନ୍ଦୁର ଶତ ସିଂହ ବଳ ଥାଏ ତାର ଦେହେ କାହାକୁ ନ ଥାଏ ଡର. ଅତି ମୂଲ୍ୟବାନ ଗହଣା ତାହାର ଜୀବନଠାରୁ ଅଧିକା ସବୁବେଳେ ଡାକେ ଠାକୁରଙ୍କୁ କର ମୋ ଶଙ୍ଖା ସିନ୍ଦୁର ରକ୍ଷା. ନିଜ ଜୀବନକୁ ବଳୀ ଦେଇଦିଏ ତା ଶଙ୍ଖା , ସିନ୍ଦୁର ପାଇଁ ସମୟ ଆସିଲେ ପର ହୋଇଯାନ୍ତି ନିଜର ଯେ ବାପା, ଭାଇ. ସବୁ ନାରୀମାନେ ଚାହାଁନ୍ତି ସେ ଶଙ୍ଖା ସିନ୍ଦୁର ମୁଣ୍ଡରେ ପିନ୍ଧି ଅହ୍ୟ ସୁଲକ୍ଷଣୀ ହୋଇଣ ଯାଆନ୍ତା ଜୀବନ ତାଙ୍କର ଛାଡି. କାହାରି ସ୍ବପନ ହୁଅଇ ପୂରଣ କାହାର ରହେ ଅଧୁରା ନାରୀ ମାନଙ୍କର ଅଟଇ ଭୂଷଣ ଶଙ୍ଖା, ସିନ୍ଦୁର ଟି ପରା. ଦୁଇପଟ ଶଙ୍ଖା, ଟୋପାଏ ସିନ୍ଦୁର ସବୁଠାରୁ ମୂଲ୍ୟବାନ ସେତକ ନ ଥିଲେ ନାରୀଟିଏ ପାଇଁ ହୋଇଯାଏ ଶିରିହୀନ. ଜିଲ୍ଲା,, ଯାଜପୁର