ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଶିଳା ବେହେରା ଙ୍କ କବିତା କେଁ କିଛୁ

କେଁ କିଛୁ

ଗାଁ ମୁଣ୍ଡରେ ଘରଟିଏ           
ରହୁଥିଲେ ସେଠି ବୁଢାଟିଏ
ସାଥିରେ ତାହାର ବୁଢୀଟିଏ ।
ବୁଢା ଦିନେ ଗଲା ବଜାରକୁ
ଆଣିବ ସେ ବୁଢୀ ବରାଦକୁ ।
ବୁଢୀ କହୁଥାଏ ତାର ବୁଢାକୁ
ତେଲ ଲୁଣ ଶାଗ ଆଣିବାକୁ ।
ଶେଷକୁ କହିଲା ବୁଢୀତାର
କେଁ କିଛୁ ଟିକେ ଆଣିବାର 
 ଭୁଲିବନି ଯାହା କହିଅଛି
ଆଣିଥିବ ସବୁ ବାଛିବାଛି ।
ବୁଢା ଚାଳିଗଲା ବଜାରକୁ
ସବୁ କିଣିଦେଲା ବରାଦକୁ।
ଶେଷରେ ଦେଖିଲା କିଣି ନାହିଁ
କେଁ କିଛୁ ତାର ମନେ ନାହିଁ।
ଦୋକାନ ଦୋକାନ ବୁଲି ବୁଲି
କେଁ କିଛୁ ସେହି ଖୋଜିବୁଲି ।
ପାଇଲାନି ତାହା କେଉଁ ଠାରେ
ନନେଲେ ରାଗିବ ବୁଢୀ ଭାଲେ ।
ଶେଷରେ ମିଲିଲା ବୁଢା ଖୁସି 
ପୁଡ଼ିଆଟା ଧରି ଘରେ ପଶି ।
ବୁଢୀକୁ ଦେଖାଏ ପୁଡ଼ିଆଟି
ଖୋଲି ଦେଖିଦେଲା ତାର ବୁଢୀ ।
ପିଆଜ ରସୁଣ ଚୋପା ଥିଲା
ପବନ ସାଥିରେ ଉଡିଗଲା ।
ବୁଢୀ ପଚାରୁଛି ବୁଢାକୁ ଚାହିଁ
ଏହିଟା ଆଣିଲୁ କେଉଁଥି ପାଇଁ।
ବୁଢା କହୁଅଛି ଶୁଣଲୋ ବୁଢୀ
କହିଥିଲୁ ପରା କମର ଭିଡି ।
ଯାହା ମୁଁ କହିଛି ସବୁ ଆଣିବୁ
କେଉଁ ଥିରୁ ଗୋଟେ ଛାଡିନ ଦେବୁ।
କେଁ କିଛୁ ମୁହିଁ ଖୋଜି ବୁଲିଲି
ଶେଷରେ ତାହାକୁ ମୁଁ ପାଇଲି ।
ଦେଇଛି ଦୋକାନୀ ପୁଡିଆ କରି
ଆଣିଛି ତହାକୁ ଯତନ କରି ।
ହସି ହସି ବୁଢୀ ଗଡିଲା ତଳେ
କହିଲାନି ବୁଢା‌ ସରମ ବଳେ ।

ପ୍ରେମଶିଳା ବେହେରା

ଭବାନୀପାଟଣା କଳାହାଣ୍ଡି

Related posts

ବାଲେଶ୍ବର – ଉଦଯାପିତ ହେଲା ସଂସ୍କୃତ ସମ୍ଭାଷଣ ଶିବିର

Sunil Chandra Nayak

ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାଜ ଶାସ୍ତ୍ର ବିଭାଗ ପକ୍ଷରୁ ଦୁଇ ଦିନିଆ ଆନ୍ତର୍ଜାତୀୟ ଆଲୋଚନା ଚକ୍ର

Sunil Chandra Nayak

ଜନରଞ୍ଜନପ୍ରଧାନ ଙ୍କ କବିତା ଭଲ ପାଅ ଅହିଂସାକୁ

Sunil Chandra Nayak

Leave a Comment

error: Content is protected !!