ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଶିଳା ବେହେରା ଙ୍କ କବିତା କେଁ କିଛୁ

କେଁ କିଛୁ

ଗାଁ ମୁଣ୍ଡରେ ଘରଟିଏ           
ରହୁଥିଲେ ସେଠି ବୁଢାଟିଏ
ସାଥିରେ ତାହାର ବୁଢୀଟିଏ ।
ବୁଢା ଦିନେ ଗଲା ବଜାରକୁ
ଆଣିବ ସେ ବୁଢୀ ବରାଦକୁ ।
ବୁଢୀ କହୁଥାଏ ତାର ବୁଢାକୁ
ତେଲ ଲୁଣ ଶାଗ ଆଣିବାକୁ ।
ଶେଷକୁ କହିଲା ବୁଢୀତାର
କେଁ କିଛୁ ଟିକେ ଆଣିବାର 
 ଭୁଲିବନି ଯାହା କହିଅଛି
ଆଣିଥିବ ସବୁ ବାଛିବାଛି ।
ବୁଢା ଚାଳିଗଲା ବଜାରକୁ
ସବୁ କିଣିଦେଲା ବରାଦକୁ।
ଶେଷରେ ଦେଖିଲା କିଣି ନାହିଁ
କେଁ କିଛୁ ତାର ମନେ ନାହିଁ।
ଦୋକାନ ଦୋକାନ ବୁଲି ବୁଲି
କେଁ କିଛୁ ସେହି ଖୋଜିବୁଲି ।
ପାଇଲାନି ତାହା କେଉଁ ଠାରେ
ନନେଲେ ରାଗିବ ବୁଢୀ ଭାଲେ ।
ଶେଷରେ ମିଲିଲା ବୁଢା ଖୁସି 
ପୁଡ଼ିଆଟା ଧରି ଘରେ ପଶି ।
ବୁଢୀକୁ ଦେଖାଏ ପୁଡ଼ିଆଟି
ଖୋଲି ଦେଖିଦେଲା ତାର ବୁଢୀ ।
ପିଆଜ ରସୁଣ ଚୋପା ଥିଲା
ପବନ ସାଥିରେ ଉଡିଗଲା ।
ବୁଢୀ ପଚାରୁଛି ବୁଢାକୁ ଚାହିଁ
ଏହିଟା ଆଣିଲୁ କେଉଁଥି ପାଇଁ।
ବୁଢା କହୁଅଛି ଶୁଣଲୋ ବୁଢୀ
କହିଥିଲୁ ପରା କମର ଭିଡି ।
ଯାହା ମୁଁ କହିଛି ସବୁ ଆଣିବୁ
କେଉଁ ଥିରୁ ଗୋଟେ ଛାଡିନ ଦେବୁ।
କେଁ କିଛୁ ମୁହିଁ ଖୋଜି ବୁଲିଲି
ଶେଷରେ ତାହାକୁ ମୁଁ ପାଇଲି ।
ଦେଇଛି ଦୋକାନୀ ପୁଡିଆ କରି
ଆଣିଛି ତହାକୁ ଯତନ କରି ।
ହସି ହସି ବୁଢୀ ଗଡିଲା ତଳେ
କହିଲାନି ବୁଢା‌ ସରମ ବଳେ ।

ପ୍ରେମଶିଳା ବେହେରା

ଭବାନୀପାଟଣା କଳାହାଣ୍ଡି

Related posts

କୋକସରା ବ୍ଲକ ଗସ୍ତ କଲେ ଜିଲ୍ଲାପାଳ, ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା

Sunil Chandra Nayak

ମହାସ୍ମୀତା ଓଝା ଙ୍କ ପ୍ରବନ୍ଧ ହେରା ପଞ୍ଚମୀ କାହିଁକି ହୁଏ ?

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!