ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜ କୁମାର ଟୋଲଟିଆ ଙ୍କ କବିତା ଅର୍ନଦାତା

ଅର୍ନଦାତା

ଅଣ ନିଶ୍ଵାସୀ ମାଟିର ମଣିଷ
  ବଂଚିବାକୁ ଖୋଜେ ରାହା,
ପାଣି ପବନ ବି ଦାଉ ସାଧନ୍ତି
  କେହି କହନ୍ତିନି ଆହାଃ l1
ମାଟି ତାଡି ସୁନା ଫସଲ କରେ
    ପଶୁପରି ଖଟେ କେତେ,
ଭୋକିଲା ମୁହଁରେ ଆହାର ଦିଏ
  କୁଟୁମ୍ବକୁ ରଖି ଭୋକେ l2
ଭୋଗବି୍ଳାସ ନାହିଁ ତା ଜୀବନେ
  ନାହିଁ ଉଚ୍ଚ ଅଭିଳାଷ,
ସହଜ ସରଳ ଜୀବନ ବଞ୍ଚେ
    ଭାଗ୍ୟକରେ ଉପହାସ l3
ସମାଜ ଆଖିରେ ଦୀନହୀନ ସେ
    ସତେକି ଅଲୋଡ଼ା ଜୀବ,
ଅନ୍ୟର ଦୟାରେ ଜୀବନ ବଞ୍ଚେ
    ଦୁନିଆଁର ଏହି ଭାବ l4
ନିଜ ପରିଚୟ ନିଜେ ହରାଏ
     ଜାଣିନାହିଁ ନିଜ ସ୍ଥାନ,
ସାରଦୁନିଆ ଜୀବନ ନାଟିକା
    ତାର ହାତେଅଛି ଜାଣ l5
ରଖିପାରେ ସିଏ ମାରିବି ପାରେ
    ଦିଅନାହିଁ ତାରେ ବ୍ୟଥା,
ସମାଜ ଶୃଙ୍ଖଳେ ଶ୍ରେଷ୍ଠ ଅଟେ
    ସଂସାରର ଅର୍ନଦାତା l6

     ସରୋଜ କୁମାର ଟୋଲଟିଆ

        ଲିମସେର. ବୃନ୍ଦାବାହାଲ
         କଳାହାଣ୍ଡି,766016

Related posts

କୌଶଲ୍ୟା ଦୀପ ନୂଆପଡା ଜିଲ୍ଲା ଭାଇସ ପ୍ରେସିଡେଣ୍ଟ ନିର୍ବାଚିତ

Sunil Chandra Nayak

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଶ୍ରୀରାମ ସାହୁ ଙ୍କ କବିତା ମାଆନାମ ମଧୁଝରା

Leave a Comment

error: Content is protected !!