ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜ କୁମାର ଟୋଲଟିଆ ଙ୍କ କବିତା ଅର୍ନଦାତା

ଅର୍ନଦାତା

ଅଣ ନିଶ୍ଵାସୀ ମାଟିର ମଣିଷ
  ବଂଚିବାକୁ ଖୋଜେ ରାହା,
ପାଣି ପବନ ବି ଦାଉ ସାଧନ୍ତି
  କେହି କହନ୍ତିନି ଆହାଃ l1
ମାଟି ତାଡି ସୁନା ଫସଲ କରେ
    ପଶୁପରି ଖଟେ କେତେ,
ଭୋକିଲା ମୁହଁରେ ଆହାର ଦିଏ
  କୁଟୁମ୍ବକୁ ରଖି ଭୋକେ l2
ଭୋଗବି୍ଳାସ ନାହିଁ ତା ଜୀବନେ
  ନାହିଁ ଉଚ୍ଚ ଅଭିଳାଷ,
ସହଜ ସରଳ ଜୀବନ ବଞ୍ଚେ
    ଭାଗ୍ୟକରେ ଉପହାସ l3
ସମାଜ ଆଖିରେ ଦୀନହୀନ ସେ
    ସତେକି ଅଲୋଡ଼ା ଜୀବ,
ଅନ୍ୟର ଦୟାରେ ଜୀବନ ବଞ୍ଚେ
    ଦୁନିଆଁର ଏହି ଭାବ l4
ନିଜ ପରିଚୟ ନିଜେ ହରାଏ
     ଜାଣିନାହିଁ ନିଜ ସ୍ଥାନ,
ସାରଦୁନିଆ ଜୀବନ ନାଟିକା
    ତାର ହାତେଅଛି ଜାଣ l5
ରଖିପାରେ ସିଏ ମାରିବି ପାରେ
    ଦିଅନାହିଁ ତାରେ ବ୍ୟଥା,
ସମାଜ ଶୃଙ୍ଖଳେ ଶ୍ରେଷ୍ଠ ଅଟେ
    ସଂସାରର ଅର୍ନଦାତା l6

     ସରୋଜ କୁମାର ଟୋଲଟିଆ

        ଲିମସେର. ବୃନ୍ଦାବାହାଲ
         କଳାହାଣ୍ଡି,766016

Related posts

ଜୁନାଗଡ଼ ଠାରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ମୋଦି ସରକାରଙ୍କ ୮ବର୍ଷ ପୂର୍ତ୍ତି ଅବସରରେ ଓବିସି ମୋର୍ଚ୍ଚା ସମାବେଶ

Leave a Comment

error: Content is protected !!