ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ନୂଆଖାଇ ତିହାର

ନୂଆଖାଇ ତିହାର

       

କବି ରାମଚନ୍ଦ୍ର ମହାନ୍ତି

ଦାଣ୍ଡରେ ଶୁଭୁଛି ଘୁମୁରା ସୁର ,
ଗଣପର୍ବ ନୂଆଁଖାଇ ତିହାର ।
ସଭିଙ୍କୁ ସମ୍ମାନ ସହ ଜୁହାର ,
ଭେଟ ଘାଟ ଆମ ପ୍ରତି ବର୍ଷର ।
ସବୁଜ ଧରା ଆମର ,
ଶସ୍ୟ ଶ୍ୟାମଳରେ ଭରିଛି ପୃଥିବୀ
ବର୍ଷା ଋତୁ ହେଲା ପାର। ।
ଭାଦ୍ରବ ମାସରେ ଗଣେଶ ପୂଜା ,
ତହିଁ ପରେ ନୂଆଖାଇର ମଜା ।
ପଶ୍ଚିମ ଓଡ଼ିଶା ଚଳ ଚଞ୍ଚଳ ,
ଘରେ ଘରେ ଖୁସି କରଇ ଖେଳ।
ବରଷକୁ ଥରେ ଭେଟ
ଯେତେ ଦୁରେ ଥିଲେ ଆସିବ ନିଶ୍ଚୟ
ସୁଶୋଭିତ ବାଟ ଘାଟ। ।
କ୍ଷେତରେ ରହିଛି ଧାନର କେଣ୍ଡା ,
ହୋଇ ଅଛି ପ୍ରତି ଦୁଆରେ ବନ୍ଧା ।
ନୂଆ ଜାମା ଯୋଡ଼ ନୂଆ ଆଟିକା ,
ସଭିଙ୍କ ମସ୍ତକେ ଚନ୍ଦନ ଟିକା ।
ହୃଦୟେ ଇଷ୍ଟ ଦେବତା ,
ଅଭାବ ଜନିତ ଦୁଃଖ ଦୂର ହେଉ
ସାହା ହୁଅ ଲକ୍ଷ୍ମୀ ମାତା।।
ନୂଆ ଧାନ ଆଣି ଚୁଡ଼ାକୁ କୁଟି ,
କୁରେଇ ପତରେ ଭୋଗର ଭେଟି ।
ସମଲେଶ୍ଵରୀଙ୍କୁ କରି ଅର୍ପଣ ,
ଦେହୁରୀ ଜାନି କରନ୍ତି ମାଜଣ।
ବରଷଟା ସୁଖେ ବିତୁ ,
ଖାଦ୍ୟର ଅଭାବ ଦୂର ହୋଇଯାଉ
ଅଭାବ କଷଣ ହଟୁ ।।
ଧର୍ମ ଧାରଣା ସାମାଜିକ ବନ୍ଧନ,
ସହିତ କୃଷକ ଆନନ୍ଦ ମନ ।
ତିନି ଗୋଟି ସୂତ୍ରେ ଏକତା ରଜ୍ଜୁ ,
ନବାନ୍ନ ଭକ୍ଷଣ ଖୁସି ବିରାଜୁ ।
ଜଣାଏ ଇଷ୍ଟ ଦେବୀଙ୍କୁ ,
ମା” ସମଲାଇ ପଟଣାଇଶ୍ୱରୀ
ସୁରକ୍ଷା ଦିଅ ସଭିଙ୍କୁ।।
ନୂଆ ଜାମା ପିନ୍ଧି ଗୁରୁଜନଙ୍କୁ ,
ଜୁହାର ହୋଇବା ପରମ୍ପରାକୁ ।
କନିଷ୍ଠ ମାନଙ୍କ ଅଭିନନ୍ଦନ ,
କ୍ଷୀରି ପିଠା ଖାଇ ଉଷତ ମନ
ସଭିଙ୍କ ଆନନ୍ଦ ମନ ,
ଆସନ୍ତା ବରଷ ଭେଟ ହେବା ପାଇଁ
ଦେବୀପାଦେ କର ଧ୍ୟାନ।।

Related posts

ଗୋଳାମୁଣ୍ଡା ପୋଲିସ ଦ୍ୱାରା ୬କେଜି ୫୦୦ଗ୍ରାମ ଗଞ୍ଜେଇ ଜବତ 

Sunil Chandra Nayak

ମଦ୍ୟପାନ ଭଳି ତମାଖୁ ସେବନରେ ଓଡିଶା ଆଗରେ…

ମହିଳା ସ୍ୱୟଂ ସହାୟକଙ୍କୁ ଚାଉଳ ବଣ୍ଟନରୁ ବାଦ ଦେବାକୁ ନେଇ ବ୍ଲକ ଘେରାଉ, ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!