ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତା ୭ତାରିଖ କୋଶଳ ମହାବନ୍ଦ ପାଇଁ ପ୍ରସ୍ତୁତି ବୈଠକ

ଧର୍ମଗଡ: ଧର୍ମଗଡ଼ସ୍ଥିତ ହୋଟେଲ ରୟାଲ ପେଲେସ ଠାରେ ଧର୍ମଗଡ଼ କୋଷଳ ମୁକ୍ତି ମୋର୍ଚ୍ଚା ତରଫରୁ ବେଣୁ ପାଣି ଦୁର୍ଗା ଙ୍କ ଅଧ୍ୟକ୍ଷତା ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷ ରୁ ୭ ତାରିଖ ବୁଧବାର ଦିନ ବନ୍ଦ ଡାକରା କୁ ସଫଳ କରିବା ପାଇଁ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । କୋଷଳ ମୁକ୍ତି ମୋର୍ଚ୍ଚା ର ରାଜ୍ୟ ସଭାପତି ସଗାର ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ହେବାକୁ ଥିବା ଏହି ବନ୍ଦ କୁ ସଫଳ କରିବା ପାଇଁ ବେଣୁପାଣି ଦୁର୍ଗା ଉପସ୍ଥିତ ସମସ୍ତ କୋଷଳ ପ୍ରେମୀ ଙ୍କୁ ଅନୁରୋଧ କରିଥିଲେ । ଏହି ପ୍ରସ୍ତୁତି ବୈଠକ ରେ ଧର୍ମଗଡ଼ ବ୍ଲକ ଓ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ କୋଷଳ ମୁକ୍ତି ମୋର୍ଚ୍ଚ ର ସଦସ୍ୟ ଗୋଲୁ ନାୟକ, ଓଁମକାର ଦୀପ, ବିବେକ ନାଏକ, ଜଗା ବାଗ, ସୁରଜ ସାହୁ, ଆକାଶ ସୁନାନୀ,ଦିଗାମ୍ବର, ଯୁବ ସମାଜ ସେବୀ ସୌମ୍ୟ ରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ମମତା ସାହୁ ଙ୍କ କବିତା ସୁନୀଲ ଆକାଶେ ଦୁଃଖର ଛାଇ 

Sunil Chandra Nayak

ଛାତ୍ର ଜନତା ଦଳ ତରଫରୁ ଆଜି ବିଶ୍ବବିଦ୍ୟାଳୟ ସମ୍ମୁଖରେ ଜଳ ସେବା ଶିବିର ଆରମ୍ଭ

Sunil Chandra Nayak

ଶେଷ ଇଚ୍ଛା ପୂରଣ ପୂର୍ବରୁ ଆଖି ବୁଜିଲେ ବିଦ୍ୟାଳୟ ପ୍ରତିଷ୍ଠାତା

Sunil Chandra Nayak

Leave a Comment

error: Content is protected !!