ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଫୁଲ ମୁ ଆଣିଛି ମାଳା ମୁଁ ଗୁନ୍ଥିଛି
    ଦେବି ପ୍ରଭୁଙ୍କ ଗଳାରେ
କହିବି ମୋ ଦୁଃଖ ପ୍ରଭୁଙ୍କ ପାଖରେ
    ଦୂର କର ଦୁଃଖ ବାରେ।
ସଂସାର ଜଞ୍ଜାଳ ହେଲାଣି ଜଟିଳ
    ଭାରା ମାଡିପଡେ ମୁଣ୍ଡେ
ଏମିତି ଚାହିଁ ଛି ଏମିତି ବସିଛି
    ପ୍ରତୀକ୍ଷା ତୋ ବଡଦାଣ୍ଡେ।
କେଉଁ ଫଳ ଦେବ ଆଶା ବାନ୍ଧି ଅଛି
    ଜଗି ଗରୁଡ଼ ସ୍ତମ୍ଭରେ
ତୂଳସୀ ପାଉଛି ଚନ୍ଦନ ନାଉଛି
    ଭକ୍ତି ମୋ ଥାଉ ପୟରେ।
ଭଜନ ଜଣାଣ ନିତି କର୍ମ କରି
   ସେବା କରି ନିରନ୍ତରେ
ଗୁଣ ମୁଁ ଗାଉଛି ପତାକା ଦର୍ଶନ
    ଭକ୍ତି ବାଢେ ମୁଁ ବିଶ୍ବରେ।
ତୁମ ଯଶ଼ଃ ବାନା ପ୍ରଚାର କରୁଛି
     ଭଜନ ଜଣାଣ ଗୀତେ
ଶୁଣି ଜନ ପ୍ରାଣୀ ଆନନ୍ଦିତ ହୁଏ
      ଭାବନା ପାଏ ଭକତେ।
ଭକ୍ତ ଜନ ବନ୍ଧୁ ହୋଇ ଆପଣାର
    କୀର୍ତ୍ତନ କରୁଛି ନିତି
ଦିନକୁ ଦିନ ଯେ ଭକ୍ତି ଭାବ ବଢେ
     ପ୍ରଭୁଙ୍କ କୃପାରେ ପ୍ରୀତି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ସମୟକୁ ପଚ଼ାରିବାକି

Sunil Chandra Nayak

ମମତା ସାହୁ ଙ୍କ କବିତା ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା

ଚାଷ କାର୍ଯ୍ୟରୁ ବିମୁଖ ଯୁଵପିଢୀଙ୍କ ପାଇଁ ଉଦାହରଣ ସାଜିଛନ୍ତି ଉଚ୍ଚ ଶିକ୍ଷିତ ସଫଳ ଯୁବ ଧାନ ଚାଷୀ ସୁଜନ ବାବୁ ‌

Sunil Chandra Nayak

Leave a Comment

error: Content is protected !!