ହଁ ମୁଁ ବୋକୀଟାଏ
ବୋକୀ ବୋଲି ତ ତୁମ ପାଇଁ ବିଶ୍ୱାସର ବ୍ରତଟିଏ ବାନ୍ଧିଥିଲି…
ତୁମ ଭୂଲକୁ ବାରମ୍ବାର କ୍ଷମା କରିଚାଲିଥିଲି….
ବୋକୀ ବୋଲି ତ ଦରପୋଡା ଜୀବନକୁ ଆଦରି ନେଲି…
ବୋକୀ ବୋଲି ତ ମୁକ୍ତଗଗନରୁ ଉଡିଆସି ଶ୍ୱାସରୁଦ୍ଧ ପଞ୍ଜୁରୀକୁ ଆପଣେଇ ନେଲି…
ବୋକୀ ବୋଲି ତ ତୁମ ସାଥେ ବସାବାନ୍ଧିବାକୁ ସାରା ଦୁନିଆଁ ସହ ଲଢେଇକରି ବସିଲି…
ବୋକୀ ବୋଲି ତ ତୁମଠୁ ନିଗୁଡ଼ୁଥିବା ହଳାହଳ ବିଷକୁ କ୍ଷଣେ କ୍ଷଣେ ପିଇଗଲି..
ବୋକୀ ବୋଲି ତ ଦୁଇ ଆଖିରେ ଢଳଢଳ ଲବଣାକ୍ତ ଜଳରାଶିକୁ ଓଠ ମଧ୍ୟେ ଭିଜାଇଦେଲି…
ବୋକୀ ବୋଲି ତ ଗଣ୍ଡେ ଖାଇ ଦଣ୍ଡେ ଜୀଇଁବାକୁ ପ୍ରତିଜ୍ଞା କରିନେଲି….
ବୋକୀ ବୋଲି ତ ତୁମମାନଙ୍କ ପାଗଳାମି ସହିବାକୁ ଯାଇ ନିଜେ ଜିଅନ୍ତା ଶବଟେ ପାଲଟିଗଲି…. ||
ସୁଷମାମଞ୍ଜରୀ ମିଶ୍ର
ଭୁବନେଶ୍ୱର