ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନ୍ତପୁର ଝରଣା ରେ ଭାସିଯାଇ ବ୍ୟକ୍ତି ନିଖୋଜ, ସନ୍ଦେହ ରେ ଓଡ୍ରାଫ ପକ୍ଷରୁ ଖୋଜାଖୋଜି ଜାରି

ଢେଙ୍କାନାଳ (ମ.ନି.ସ)25/9/22 ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ସନ୍ତପୁର ଗ୍ରାମ ର ଜଣେ ବ୍ୟକ୍ତି ନିକଟସ୍ଥ ଡଉଁରୀ ରେ ଭାସିଯାଇ ନିଖୋଜ ଥିବା ସନ୍ଦେହ କରି ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଓଡ୍ରାଫ ଟିମ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା, ହେଲେ ଗତକାଲି ଠାରୁ ଏପର୍ଯ୍ୟନ୍ତ ଖୋଜ ଖବର ନମିଳିବାରୁ ଓଡ୍ରାଫ ଟିମ ଦୁଇ ଦିନ ହେଲା ଖୋଜିବା ଜାରି ରଖି ଆସିଛି l ଘଟଣାରୁ ପ୍ରକାଶ ଯେ ସନ୍ତପୁର ଗ୍ରାମର ନିର୍ମଳ ସାହୁ ୫୭ବର୍ଷ ସବୁଦିନ ଭଳି ଚାଷ ଜମି ରେ କାମକରି ଡଉଁରୀ ରେ ଗାଧେଇବା ସମୟରେ ଭାସିଯାଇଥିବା ଅନୁମାନ କରାଯାଉଛି, କାରଣ ନିକଟରେ ତାଙ୍କର ପ୍ୟାଣ୍ଟ ସାର୍ଟ ଶହ ଏକ ବାଡ଼ି ପଡିଥିଲା l ଏହା ଦେଖିବା ପରେ ସ୍ଥାନୀୟ ଲୋକ ମାନେ ଖୋଜା ଖୋଜି କରିବା ଶହ ଓଡ୍ରାଫ କୁ ଖବର ଦେଇଥିଲେ, ହେଲେ ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ସନ୍ଧlନ ମିଳି ନଥିବା ଜଣାପଡିଛିl

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

କୁନା ସେଠୀ ଙ୍କ କବିତା ଫେରିବ କାଳିଆ ସୁନା

ରାଇଘର ଅଞ୍ଚଳରେ ମାଓ ବେନର

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:-୫

Leave a Comment

error: Content is protected !!