ନୂଆପଡା : ନୂଆପଡା ଜ଼ିଲ୍ଲା ଖରିଆର ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଖରିଆର କୋମନା ରାସ୍ତା ବରଗାଁ ଛକ ଠାରେ ଜଣେ ଯୁବକ ଗୋଟିଏ କାର୍ଟୁନ ଧରି ବସ କୁ ଆପେକ୍ଷ କରିଥିବା ବେଳେ ଅବକାରୀ ବିଭାଗ ସନ୍ଦେହ କରି ଯାଞ୍ଚ କରିଥିଲେ । ଯାଞ୍ଚବେଳେ ତାଙ୍କ ଠାରୁ 100 ବୋତଲ କଫ ସିରଫ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପନ୍ଦର ହଜାର ଟଙ୍କା ହେବବୋଲି ଖରିଆର ଅବକାରୀ ଅଧିକାରୀ ଡମ୍ବରୁଧର ପ୍ରକାଶ କରିଛନ୍ତି । ଗିରଫ ବ୍ୟକ୍ତି ଜଣକ ହେଲେ ନୂଆପଡା ଜ଼ିଲ୍ଲା ଖରିଆର ଥାନା ବରଗାଁ ର ଲୋନା ପଣ୍ଡା କେଶ ନମ୍ବର 102/22ରେ ତାଙ୍କୁ ଗିରଫ କରି କୋର୍ଟ ଚଲାଣ କରିଥିବା ସୂଚନା ଦେଇଛନ୍ତି ଖରିଆର ଅବକାରୀ ଅଧିକାରୀ ଡମ୍ବରୁଧର ହାରପାଳ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post