ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ରେ ମା ଦୂର୍ଗା ପୂଜା ଆରମ୍ଭ

ଡାବୁଗାଁ, ୨/୧୦ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଦୂର୍ଗା ମଣ୍ଡପ ଠାରେ ରବିବାର ମା ଦୁର୍ଗାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି | ଶନିବାର ସନ୍ଧ୍ୟାରେ ମାଁ ଠାକୁରାଣୀ ମନ୍ଦିର ପୁଷ୍କରିଣୀରେ ଜଳାଧିବାସ ସହ ଗଙ୍ଗା ଆବାହନ କରାଯାଇ ବିଲ୍ଵବରଣ କରାଯାଇଥିଲା | ବାଜା ବଜାଇ ବାଣ ଫୁଟାଇ ମହାଆଡମ୍ବରରେ ଶୋଭାଯାତ୍ରାରେ ମାଙ୍କ କଳସ ଅଣାଯାଇ ମଣ୍ଡପରେ ସ୍ଥାପିତ କରାଯାଇଥିଲା | ରାତିରେ ଷଷ୍ଠୀ ପୂଜା କରାଯାଇଥିଲା | ରବିବାର ଚକ୍ଷୁ ଦାନ କରିବା ସହ ମାଁଙ୍କୁ ଆବାହନ କରାଯାଇ ମାଁଙ୍କ ସପ୍ତମୀ ପୂଜା ହୋଇଥିଲା | ବ୍ରାହ୍ମଣ ମାନଙ୍କ ଦ୍ଵାରା ମାଁଙ୍କ ପୂଜାର୍ଚ୍ଚନା କରାଯାଇଥିଲା | ଏଥିରେ ମୁଖ୍ୟ ପୂଜକ ମହେଶ ଚନ୍ଦ୍ର ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନା କରୁଥିବା ବେଳେ ଅନ୍ୟ ପୂଜକ ମାନେ ପୂଜାରେ ସହାୟତା କରୁଛନ୍ତି | ଚଳିତ ବର୍ଷ କରୋନା କଟକଣା ନଥିବାରୁ ମହା ଆଡମ୍ବରରେ ଦୂର୍ଗା ପୂଜା ପାଳନ ହେଉଛି | ଇଣ୍ଡିଆ ଗେଟ ର ନମୁନା ଭଳି ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ଡାବୁଗାଁ ସହର | ପୂଜା ଦେଖିବା ପାଇଁ ଅପରାହ୍ନରୁ ଭକ୍ତ ଙ୍କ ଗହଳି ଲାଗିଥିବା ଦେଖିବାକୁ ମିଳିଛି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଜୁଲାଇ ୧ରୁ ସାରା ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ

Sunil Chandra Nayak

ଚପ୍ରିଆ ଗୋଷ୍ଟୀ ସ୍ଵାସ୍ତ୍ୟକେନ୍ଦ୍ର ଠାରେ ମହିଳା ଦିବସ ପାଳିତ

Sunil Chandra Nayak

ଖୁବଶୀଘ୍ର ଜୟପୁର ବିମାନବନ୍ଦରରୁ ଉଡ଼ିବ ବିମାନ

Sunil Chandra Nayak

Leave a Comment

error: Content is protected !!