ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାନ୍ଧୀ ଜୟନ୍ତି ଅବସର ରେ ସବୁଠି ସ୍ୱଚ୍ଛତା ହିଁ ସେବା

କୋକସରା,୨/୧୦-,(ମ ନି ସ) ଗାନ୍ଧୀ ଓ ଶାସ୍ତ୍ରୀ ଜି ଙ୍କ ଜୟନ୍ତି ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର କୋକସରା ପଞ୍ଚାୟତରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗାନ୍ଧୀଜୀଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଦେଶ ପାଇଁ ଦୁଇ ଦେଶପ୍ରେମୀ ଗାନ୍ଧୀ ଓ ଶାସ୍ତ୍ରୀ ଜି ଙ୍କ ବଳିଦାନର ଗାଥାକୁ ନେଇ ସରପଞ୍ଚ ମତ ରଖିଥିଲେ। ପରେ ମିଶନ ଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଗହଣରେ କୋକସରା ଗ୍ରାମ ପରିକ୍ରମା କରି ସ୍ୱଚ୍ଛତା ହିଁ ସେବା ସଚେତନତା କରି ଲୋକଙ୍କୁ ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ ଓ କୋକସରା ଗ୍ରାମର ବସଷ୍ଟାଣ୍ଡ ସମେତ ଅନ୍ୟ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଥିଲେ। ସତ୍ୟ ସାଇ ଭଜନ ମଣ୍ଡଳୀ ମାଝୀଗୁଡା ଆନୁକୂଲ୍ୟରେ ସ୍ୱଚ୍ଛତା ରୁ ଦିବ୍ୟ ତୁ କାର୍ଯ୍ୟକ୍ରମର ଆରମ୍ଭ ଅବସରରେ ଆବାହକ ଅଭିମନ୍ୟୁ ପୁଞ୍ଜି, ତାପସ ରଞ୍ଜନ ବାଗ, ମୁକୁନ୍ଦ ହଂସ, ଧର୍ମରାଜ ସାହୁ, ଲକ୍ଷ୍ମୀକାନ୍ତ ପୁଞ୍ଜି , ସୁଶାନ୍ତ ପୁଞ୍ଜି, କୈବଲ୍ୟ ବାଗ, ଅରୁଣ ଘି, ଚମ୍ପେଶ୍ୱର ନାଏକ, ସରୋଜ ପୁଞ୍ଜି ପ୍ରମୁଖ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Related posts

ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ପଣ୍ଡକୁଳ ପ୍ରାଥମିକ ବିଦ୍ୟାଳୟ ଖୋଲିଲେ,

Sunil Chandra Nayak

କୂଳପତି ନିର୍ବାଚନ ପାଇଁ କାଶିପଳା ଠାରେ ଆସନ୍ତା ଅପ୍ରିଲ ୩ ତାରିଖ ମହାସଭା

Sunil Chandra Nayak

ଜିଲ୍ଲା ସ୍ତରୀୟ ୭୧ ତମ ଗୋ_ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!