ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୂଷାପାଳି ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

କୋକସରା,୧୦/୧୦- ( ମ ନି ସ) କୋକସରା ବ୍ଲକ ମୂଷାପାଲି ପଞ୍ଚାୟତରେ ସୋମବାର ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ପ୍ରତି ପଞ୍ଚାୟତରେ ଲୋକଙ୍କୁ ଦୁଆର ମୁହଁରେ ସେବା ଓ ସମସ୍ୟାର ସମାଧାନ ପାଇଁ ଏହି ଶିବିର ଆୟୋଜନ କରାଯାଉଛି। ଆଜିର ଏହି କାର୍ଯ୍ୟକ୍ରମରେ ମୂଷାପାଳି ସରପଞ୍ଚ ଅକ୍ଷୟ କୁମାର ନାଏକଙ୍କ ଅଧ୍ୟକ୍ଷତାରେ କୋକସରା ତହସିଲଦାର ରାକେଶ କୁମାର ପାରୁଆ, ସମିତି ସଭ୍ୟା ଅଞ୍ଜନା ଦୁର୍ଗା, ସମାଜ ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ୱାଳ, ଡାକ୍ତର ଅଭିଷେକ ବେହେରା, ମେଗାଲିଫ୍ଟ କେନାଲର ସହକାରୀ ଯନ୍ତ୍ରୀ କନିଷ୍ଠ ଯନ୍ତ୍ରୀ ସନ୍ଦୀପ କୁମାର ବାଗ, ଆର. ଏନ. ବାଗ, ସମନ୍ବିତ ଶିଶୁ ବିକାଶ ବିଭାଗର ସୋନିଆ ହେମ୍ରମ, ଉଦ୍ୟାନ କୃଷି କର୍ମଚାରୀ ବି.ବାସନ୍ତୀ, କନିଷ୍ଠ ଯନ୍ତ୍ରୀ ସୁକାନ୍ତ କୁମାର ବେହେରା, ଯୋଗାଣ ବିଭାଗ ଅଧିକାରୀ ଜଗାରାମ ମୁର୍ମୁ, ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ମୂଷାପାଳି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ହିତାଧିକାରୀଙ୍କ ଆବାସ ଘର, ପିଡ଼ିଏସ, ଭତ୍ତା ଓ ଅନ୍ୟାନ୍ୟ ଅଭିଯୋଗ ଓ ସମସ୍ୟା ଉପରେ ଅଭିଯୋଗ ଶୁଣିବା ସହ ଦରଖାସ୍ତ ଗ୍ରହଣ କରି ଅଭିଯୋଗ ସମାଧାନ କରିବା କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ମୂଷାପାଳି ପଂଚାୟତର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Related posts

ଗଅଁଲିଆ କବି ସୁଧୀର୍‌ ପଁଡା ଙ୍କ କବିତା କବି ଆଉର୍‌ ଗୁହୁଡ଼ି ମୁଖିଆ

Sunil Chandra Nayak

ରାଉରକେଲା – ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ବିଶ୍ବ ପରିବେଶ ଦିବସ ପାଳନ

କୋକସରା ବ୍ଲକରେ ଗାନ୍ଧି ଜୟନ୍ତି ପାଳନ

Sunil Chandra Nayak

Leave a Comment

error: Content is protected !!