ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପେନସନ ଅର୍ଥ ଆତ୍ମସାତ ନେଇ ଥାନାରେ ଏତଲା

ଡାବୁଗାଁ, ୧୩/୧୦ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ପେନସନ ଅର୍ଥ ଆତ୍ମସାତ କରିଥିବା ନେଇ ଡାବୁଗାଁ ଥାନାରେ ବୁଧବାର ବିଡିଓ ଶରତ ମାଝି ଅଭିଯୋଗ କରିଛନ୍ତି | ସୂଚନାଯୋଗ୍ୟ ଯେ ଡାବୁଗାଁ ବ୍ଲକ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଅତନୁ ଦେଉରୀ ଙ୍କୁ ମଧୁବାବୁ ପେନସନ ଯୋଜନାରେ ୧୮୬ ଜଣ ହିତାଧିକାରୀଙ୍କ ଭତ୍ତା ୯୮ ହଜାର ୨୦୦ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ସରକାରୀ ନିର୍ଦ୍ଦେଶ ରହିଥିଲା | ବ୍ଲକ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଉକ୍ତ ଟଙ୍କା ବ୍ୟାଙ୍କରେ ଜମା ନକରି ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟରେ ଜମା କରିଥିଲେ | ଏନେଇ ଜିଲା ପ୍ରଶାସନ ନିକଟରେ ଖବର ପହଞ୍ଚିଥିଲା | ପ୍ରାଥମିକ ତଦନ୍ତ ପରେ ଏହାର ସତ୍ୟତା ଜଣାପଡିଥିଲା | ତୁରନ୍ତ କାର୍ଯ୍ୟ|ନୁଷ୍ଠାନ ନିଆଯାଇ ଅତନୁ ଦେଉରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା | ଏନେଇ ଜିଲା ପ୍ରଶାସନ ଙ୍କ ନିର୍ଦ୍ଦେଶ କ୍ରମେ ବିଡିଓ ଶରତ ମାଝି ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସନଂ ୧୫୫/୨୨ରେ ଏକ ମାମଲା ରୁଜୁ କରାଯାଇଛି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଚିଲଗୁଡ଼ାରେ କଳସ ଶୋଭା ଯାତ୍ରା

Sunil Chandra Nayak

ସରକାର ଙ୍କ ପ୍ରତେକ ଯୋଜନା ଓ କାର୍ଯ୍ୟକ୍ରମ କୁ ସମୟ ସୀମା ମଧ୍ୟରେ ଶେଷ କରାଯିବ , କହିଲେ ନୂଆ ଜିଲ୍ଲାପାଳ

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ନାରୀ ତୁହି ବନ୍ଦନୀୟା

Sunil Chandra Nayak

Leave a Comment

error: Content is protected !!