ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁସୁମିରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

 ମୟୂରଭଞ୍ଜ -୧୧/୧୦/୨୨(ମସିହା) ଅକ୍ଟୋବର ୨ ରୁ ମାସାନ୍ତ ପର୍ଯ୍ୟନ୍ତ ଲୋକଙ୍କ ସହ ସଂପର୍କ,ସେବା,ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ବିଜେଡ଼ିର ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କର୍ମି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ତୁଙ୍ଗ ଯୁବ ନେତା ରାମଚନ୍ଦ୍ର ମୁର୍ମୁଙ୍କ ନେତୃତ୍ୱରେ କୁସୁମି ପଞ୍ଚାୟତର କୁସୁମି ରାଜସ୍ବ ଗ୍ରାମର ୪ଟି ଓ୍ବାର୍ଡରେ ବିଶାଳ ପଦଯାତ୍ରା ଓ ଲୋକ ସଂପର୍କ ଯାତ୍ରା ଶନିବାର ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ କୁସୁମି ସରପଞ୍ଚ ବାରିକର ମୁର୍ମୁ, ରାଜ୍ୟ ବିଜୁ ଛାତ୍ର ଜନତା ସାଧାରଣ ସଂପାଦକ ବିକାଶ ମହାନ୍ତ, ସେକ ମୁତୁଲ ହୁସେନ,ରାମ ପ୍ରକାଶ ବେହେରା, ସମିତି ସଭ୍ୟା ମୁକ୍ତା ସିଂ,, ପୂର୍ବତନ ସରପଂଚ ଗୋବିନ୍ଦ ସୋରେନ, ବିଜୁ ଯୁବ ଜନତା ନେତା ବିବେକାନନ୍ଦ ଦଳାଇ,ସେକ ଖରିଫ, ତାରାପଦ ଗିରି, ପୂର୍ବତନ ସମିତି ସଭ୍ୟ ବିଜୟ ନାଏକ,ରଜତ ଗିରି,,ନାରୀ ନେତ୍ରୀ ଶର୍ମିଷ୍ଠା ପଲେଇ,ରେବତୀ ରାଉତ,, ରେଖାମଣି ମହାନ୍ତଙ୍କ ସମେତ ଶହ ଶହ ମିଶନ ଶକ୍ତି ସଦସ୍ୟା ବୃନ୍ଦ, ବହୁ ଦଳୀୟ କର୍ମି ଯୁବ,ଛାତ୍ର,ମହିଳା,କୃଷକ,ଖଟିଖିଆ ପ୍ରମୁଖ ସାମିଲ ହୋଇ ପଦଯାତ୍ରା ,ସେବା ଯାତ୍ରା,ସଚେତନତା ଯାତ୍ରାକୁ ସଫଳ କରାଇଥିଲେ ।ପରେ ହାଟ ପଡ଼ିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ବିଜେଡି ନେତା ଶ୍ରୀ ରାମଚନ୍ଦ୍ର ମୁର୍ମୁ ଦଳୀୟ କର୍ମୀଙ୍କୁ ନବୀନ ସରକାରଙ୍କ ସମସ୍ତ ଯୋଜନା ସମ୍ବନ୍ଧରେ ସୂଚନା ଦେବା ସହ ଦଳକୁ ତୃଣମୂଳ ସ୍ତରରେ ଅଧିକ ସଂଗଠନ କରିବାକୁ ପରାମର୍ଶ ଦେଇଥିଲେ । ପଡ଼ିଆରେ ଦଳୀୟ କର୍ମିବୃନ୍ଦଙ୍କ ବିଜେଡି ଲଙ୍ଗ ଲିଭ୍,ନବୀନ ପଟ୍ଟନାୟକ ଜିନ୍ଦାବାଦ ,ଶଙ୍ଖ ଚିହ୍ନ ଜିନ୍ଦାବାଦ, ହୁଳହୁଳି ରେ ପ୍ରକମ୍ପିତ ହୋଇଥିଲା ହାଟ ପଡିଆ । ରାସ୍ତା ବାମ ଡାହାଣ ପାଖରେ ଥିବା ଘରକୁ ଘର ବୁଲି ଲୋକଙ୍କ ହାଲଚାଲ ସମସ୍ୟା ବୁଝୁଥିଲେ । ତାହା ସହିତ ନବିନ ସରକାରଙ୍କ ସମସ୍ତ ଯୋଜନା ଏନ୍ତୁଡିଶାଳରୁ ମଶାଣି ପର୍ଯ୍ୟନ୍ତ ସମସ୍ତ ଯୋଜନାକୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ରାମଚନ୍ଦ୍ର ମୁର୍ମୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

   ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବନ ବିଭାଗର ମନରେଗା ଅର୍ଥର ଦୁରୁପଯୋଗ 

Sunil Chandra Nayak

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ନୟନ ଖୁରା କୁ ପ୍ରଶାସନ କହିଲା ଚିକିତ୍ସା ପାଇଁ ସବୁ ସୁବିଧା କରିବ :   କିନ୍ତୁ ସେ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ନିକଟସ୍ଥ ଧର୍ମଶାଳା ଗଛତଳେ

Sunil Chandra Nayak

Leave a Comment

error: Content is protected !!