ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୃପ୍ତି ରାଣୀ ପାତ୍ର ଙ୍କ କବିତା ଜାଳିଛି ପ୍ରେମ‌ ଦୀପାଳି

 ଜାଳିଛି ପ୍ରେମ‌ ଦୀପାଳି

   ତୃପ୍ତି ରାଣୀ ପାତ୍ର

ତୁମେ ଆଦିଅନ୍ତ ତୁମେ ଶକ୍ତିମନ୍ତ
ତୁମେ ମୋ ଜୀବନ ଦୀପ
ଦେହବନ୍ତ ହୋଇ ଦେଖାଅ ହେ ପଥ
ଧୋଇଦିଅ ପାପ ତାପ ।
ତୁମ ଦିବ୍ୟ ଜ୍ୟୋତି କର ପ୍ରଦାନ 
ଦୂରେ ଯାଉ ଅନ୍ଧକାର
ଅମା ଅନ୍ଧକାର କରହେ ବିଲୀନ
ଜାଳି ଦୀପ ଆଲୋକର ।
ମନ ମନ୍ଦିରରେ ତୁମକୁ ରଖୁଛି 
ଜାଳୁଛି ପ୍ରେମ ଦୀପାଳି 
ଗର୍ବ ଅହଙ୍କାର ପୋଡ଼ି ଜଳିଯାଉ
ସତ୍ ସଙ୍ଗେ ଯିବି ଝଳି ।
 
ହୃଦ ଅଙ୍ଗନରେ ଭକ୍ତି ଅର୍ଘ୍ୟ ଢ଼ାଳି 
ମୁକ୍ତି ମାର୍ଗ ସନ୍ଧାନିବି
ଅସାର ସଂସାରେ ଚଳିବି କିଭଳି 
ସତ୍କର୍ମରେ ମନ ଦେବି ।
ବରଷକେ ଥରେ ନଜଳୁ ପ୍ରଦୀପ 
ଜଳୁ ଅନୁତାପ ନୀରେ   
ପ୍ରତିକ୍ଷଣେ ପ୍ରଭୁ କରୁ ପ୍ରାୟଶ୍ଚିତ 
ସଦ୍ ବୁଦ୍ଧି ବିବେକରେ ।
ହୃଦୟ ଦୀପରେ ଆଖିର ଲୁହରେ
ସଂଯୋଗ ଭାଗ୍ୟ ସଳିତା  
ତିଳତିଳ କରି ଦୃଢ଼ ସଂକଳ୍ପରେ 
ଅଧ୍ୟାତ୍ମ ବଳେ ଧୀରତା ।
ହଟିଯିବ ସର୍ବ ସଂସାର ଲାଳସା
ଅଭିପ୍ରେତ ହେବ ଆଶା
ଅଭିନବ ଧାରେ ଧାବିବି ସହସା
ଘୁଞ୍ଚିବ ଘନ ତମସା ।
 

ସହଦେବଖୁଣ୍ଟା , ବାଲେଶ୍ଵର 

Related posts

ବେଣୁଧର ସୂତାର ଙ୍କ କବିତା ଝରାଫୁଲ

Sunil Chandra Nayak

ମମତା ସାହୁ ଙ୍କ କବିତା ଆସ ଗୋ ମୌସୁମୀ

ମହା ଆଡମ୍ବର ରେ ପାଳିତ ହେଲା ମାଁ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ପର୍ବ

Sunil Chandra Nayak

Leave a Comment

error: Content is protected !!