ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୃପ୍ତି ରାଣୀ ପାତ୍ର ଙ୍କ କବିତା ଜାଳିଛି ପ୍ରେମ‌ ଦୀପାଳି

 ଜାଳିଛି ପ୍ରେମ‌ ଦୀପାଳି

   ତୃପ୍ତି ରାଣୀ ପାତ୍ର

ତୁମେ ଆଦିଅନ୍ତ ତୁମେ ଶକ୍ତିମନ୍ତ
ତୁମେ ମୋ ଜୀବନ ଦୀପ
ଦେହବନ୍ତ ହୋଇ ଦେଖାଅ ହେ ପଥ
ଧୋଇଦିଅ ପାପ ତାପ ।
ତୁମ ଦିବ୍ୟ ଜ୍ୟୋତି କର ପ୍ରଦାନ 
ଦୂରେ ଯାଉ ଅନ୍ଧକାର
ଅମା ଅନ୍ଧକାର କରହେ ବିଲୀନ
ଜାଳି ଦୀପ ଆଲୋକର ।
ମନ ମନ୍ଦିରରେ ତୁମକୁ ରଖୁଛି 
ଜାଳୁଛି ପ୍ରେମ ଦୀପାଳି 
ଗର୍ବ ଅହଙ୍କାର ପୋଡ଼ି ଜଳିଯାଉ
ସତ୍ ସଙ୍ଗେ ଯିବି ଝଳି ।
 
ହୃଦ ଅଙ୍ଗନରେ ଭକ୍ତି ଅର୍ଘ୍ୟ ଢ଼ାଳି 
ମୁକ୍ତି ମାର୍ଗ ସନ୍ଧାନିବି
ଅସାର ସଂସାରେ ଚଳିବି କିଭଳି 
ସତ୍କର୍ମରେ ମନ ଦେବି ।
ବରଷକେ ଥରେ ନଜଳୁ ପ୍ରଦୀପ 
ଜଳୁ ଅନୁତାପ ନୀରେ   
ପ୍ରତିକ୍ଷଣେ ପ୍ରଭୁ କରୁ ପ୍ରାୟଶ୍ଚିତ 
ସଦ୍ ବୁଦ୍ଧି ବିବେକରେ ।
ହୃଦୟ ଦୀପରେ ଆଖିର ଲୁହରେ
ସଂଯୋଗ ଭାଗ୍ୟ ସଳିତା  
ତିଳତିଳ କରି ଦୃଢ଼ ସଂକଳ୍ପରେ 
ଅଧ୍ୟାତ୍ମ ବଳେ ଧୀରତା ।
ହଟିଯିବ ସର୍ବ ସଂସାର ଲାଳସା
ଅଭିପ୍ରେତ ହେବ ଆଶା
ଅଭିନବ ଧାରେ ଧାବିବି ସହସା
ଘୁଞ୍ଚିବ ଘନ ତମସା ।
 

ସହଦେବଖୁଣ୍ଟା , ବାଲେଶ୍ଵର 

Related posts

କୋଭିଡ୍ ଲକ୍ଷଣ ଥିଲେ ମହାପ୍ରଭୁଙ୍କ ରଥଯାତ୍ରାକୁ ଆସନ୍ତୁ ନାହିଁ: ପ୍ରଦୀପ ଜେନା

Sunil Chandra Nayak

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର

Sunil Chandra Nayak

Leave a Comment

error: Content is protected !!