ଭବାନୀପାଟଣା :୨୫/୧୧ – (ମ.ନି.ସ) :- ବ୍ରାଉନ୍ ସୁଗର କାରବାର ଘଟଣାରେ ଜଣେ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଆଜି ଯଥା ୨୫/୧୧/୨୦୨୨ ତାରିଖ ଶୁକ୍ରବାର ଦିନ କୌଣସି ସୂତ୍ରରୁ ଖବର ପାଇ ନକଟିଗୁଡା ସ୍ଥିତ ଆର୍ ଟି ଓ ଅଫିସ ନିକଟ ରୁ ଜନୈକ ବ୍ଯକ୍ତି ଶିବ ସେନାପତି ଙ୍କୁ ଧରିବା ସମେତ ତାଙ୍କ ବାଇକ୍ କୁ ଅବକାରୀ ବିଭାଗ ପକ୍ଷରୁ ଚଡାଉ କରାଯାଇଥିଲା। ଚଡାଉ ବେଳେ ଶିବ ସେନାପତି ଙ୍କ ଠାରୁ ୨୨.୬୭ ଗ୍ରାମ ଓଜନର ବ୍ରାଉନ୍ ସୁଗର ଅବକାରୀ ଜବତ କରିଛି। ବ୍ରାଉନ୍ ସୁଗରର ମୂଲ୍ୟ ପ୍ରାୟ ୨ ଲକ୍ଷ ୨୫ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ଶିବ ସେନାପତି ଙ୍କୁ କୋର୍ଟ ଚାଲାଣ କରାଯାଇଛି।
କିଶନ ଶର୍ମା, ଭବାନୀ ପାଟଣା